ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ଦୀର୍ଘଦିନ ଧରି ଅସୁସ୍ଥ ଥିବା ଦଳର ଯୁବ ଓ ଆଗଧାଡ଼ିର ସଂଗଠକ ଚିତ୍ତ ରଞ୍ଜନ ପାତ୍ରଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର। ବିଧାୟକଙ୍କ ସହ ନିର୍ବାଚନମଣ୍ଡଳୀ ବିଧାୟକ ପ୍ରତିନିଧି ଟୁନା ଦାଶ ମଧ୍ୟ ଆଣ୍ଟସାହିସ୍ଥିତ ଚିତ୍ତ ରଞ୍ଜନଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସାକ୍ଷାତ କରିଥିଲେ। ଚିତ୍ତ ରଞ୍ଜନଙ୍କ ଅସୁସ୍ଥତା ଦେଖି ଟୁନା ଦାଶ ଦୁଃଖ ପ୍ରକାଶ କରିଥିଲେ। ତାଙ୍କର ଉତ୍ତମ ଚିକିତ୍ସା ଓ ଆବଶ୍ୟକୀୟ ସହାୟତା ପାଇଁ ଯଥାଶୀଘ୍ର ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଥିଲେ। ଏହାସହ ଅସୁସ୍ଥ କର୍ମୀଙ୍କୁ ସହାୟତାର ହାତ ବଢ଼ାଇବା ସହ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଦଳୀୟ କର୍ମୀଙ୍କ ସୁଖଦୁଃଖରେ ନେତୃତ୍ୱ ସାଥୀ ହୋଇ ଠିଆ ହେବାର ଏହି ପ୍ରୟାସକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି। ଚିତ୍ତ ରଞ୍ଜନ ପାତ୍ର ଶୀଘ୍ର ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରନ୍ତୁ ବୋଲି ଦଳୀୟ କର୍ମୀ ଓ ଶୁଭେଚ୍ଛୁମାନେ କାମନା କରିଛନ୍ତି।





