ସମସ୍ୟାର ଚହୁଦିରେ ଲାଞ୍ଜିଗଡ ବ୍ଲକର ଲାଖବାହିଲି ଉଚ୍ଚ ବିଦ୍ୟାଳୟ, ୪ କୋଠରୀରେ ୧୦ଟି ଶ୍ରେଣୀ

ବିପଦ ସଂକୂଳ କୋଠାରେ ଅଧ୍ୟୟନ କରୁଛନ୍ତି ଶିକ୍ଷାର୍ଥୀ : କିଛି ଅଘଟଣ ଘଟିବା ଆଗରୁ ସୁଧାର ହେଉ

ଲାଞ୍ଜିଗଡ଼,୨୩/୭ : ଯେ କୌଣସି କ୍ଷେତ୍ରରେ ଲାଞ୍ଜିଗଡ ବ୍ଲକରେ ସମସ୍ୟା ପିଛାଛାଡୁନି । ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, ଜୀବନଜୀବିକା ସବୁ କ୍ଷେତ୍ରରେ ପଛରେ ପଡିଯାଇଛି କଳାହାଣ୍ଡି ଜିଲ୍ଲାର ଏହି ଉପାନ୍ତ ଅଞ୍ଚଳ । ଆଦିବାସୀ ବହୁଳ ଏହି ଅଞ୍ଚଳର ଅବସ୍ଥା ବର୍ଷ ବର୍ଷ ଧରି ସୁଧୁରିବାର ନାଁ ନେଉନାହିଁ । ଶିକ୍ଷାର ବିକାଶ ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଅବହେଳିତ ହୋଇ ପଡିରହିଛି ବ୍ଲକ ର ଅନେକ ବିଦ୍ୟାଳୟ । ଯେଉଁ ବିଦ୍ୟାଳୟ ସମସ୍ୟାର ଚହୁଦିରେ ବନ୍ଧାପଡିଛି ସେଠାରେ ଉତ୍ତମ ମାନର ଶିକ୍ଷା ଆଶା କରିବା ମିର୍ଖାମି ବୋଲି ସାଧାରଣ ଜନତାର ମତ ପ୍ରକାଶ ପାଇଲାଣି। ଏମିତି ଏକ ସ୍କୁଲ ହେଉଛି ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଲାଖବାହିଲି ଉଚ୍ଚ ବିଦ୍ୟାଳୟ ।

୧୯୬୨ ମସିହାରେ ସ୍ଥାପନ ହୋଇଥିବା ଏହି ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୪୪ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୫ଜଣ ଦକ୍ଷ ସେମାନେହେଲେ – ଶିକ୍ଷକ ପ୍ରଧାନ ଶିକ୍ଷକ ଚନ୍ଦ୍ରଧ୍ୱଜ ନାଏକ, ସହକାରୀ ଶିକ୍ଷକ ଶ୍ରବଣ କୁମାର ସରାବ, ସତ୍ୟବାନ ଛତର,ଚିତ୍ତରଞ୍ଜନ ମାଝୀ ଓ ଶିକ୍ଷୟତ୍ରୀ କୁନିଲତା ଦେଇ।କିନ୍ତୁ ୧୦ଟି ଶ୍ରେଣୀ ପିଲାଙ୍କ ପାଇଁ ମାତ୍ର ୪ଟି କୋଠରୀ ଅଛି। ସେଥି ମଧ୍ୟରୁ ଦଶମ ଶ୍ରେଣୀ କୋଠରୀ ରେ ୨୯ଜଣ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ତାଙ୍କ ମୁଣ୍ଡ ଉପରେ ସର୍ବଦା ବିପଦ ଝୁଲୁଛି, ଛାତରୁ ସିମେଣ୍ଡ ଚକଡ଼ା ଖସି ପାଣି ଝରୁଛି। ଆଉ ୩ଟି କୋଠରୀରେ ୯ଟି ଶ୍ରେଣୀର ୩୧୫ ଛାତ୍ରଛାତ୍ରୀଙ୍କୁ ପାଠ ପଡ଼ିବା ସମ୍ଭବ ହୋଇପାରୁ ନାହିଁବୋଲି ଶିକ୍ଷକ ମାନେ କହୁଛନ୍ତି। ଏପଟେ ଅଫିସ ଗୃହ ବିପଦ ସଙ୍କେତ ଉପରେ ରହିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ ପଢାଇବା ପାଇଁ ୪ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲା ବେଳେ ନବମ ଓ ଦଶମ ଶ୍ରେଣୀ ୮୨ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଗୋଟିଏ ଶିକ୍ଷକ ଅଛନ୍ତି ଯାହାକି ପ୍ରଧାନ ଶିକ୍ଷକ ଦାଇତ୍ୱ ତୁଲାଇ ପାଠ ପଢାଇବା ସମ୍ଭବ ହେଉନାହିଁ। ସ୍କୁଲ ପରିସରରେ ଛାତ୍ରଛାତ୍ରୀ ମାନେ ସାଇକେଲ ରଖିବାକୁ ମଧ୍ୟ ଜାଗା ନାହିଁ। ଫଳରେ ମୁଖ୍ୟ ରାସ୍ତା ଉପରେ ରଖୁଛନ୍ତି। ଏଥିପ୍ରତି ଦୃଷ୍ଟି ଦେବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.