ପୋଖରୀରୁ ଯୁବକଙ୍କ ମୃତ ଦେହ ଉଦ୍ଧାର: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ଗୀତା ଭବନ ପାଖ କେନାଲ ରାସ୍ତାର ଆର ପାର୍ଶ୍ଵରେ ଥିବା ପୋଖରୀରୁ ଏକ ମୃତ ଦେହ ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣକ ଜୟପାଟଣା ବ୍ଲକପଡାର ସିତାରାମ ନାଏକଙ୍କ ବଡ଼ ପୁଅ ପ୍ରମୋଦ ନାଏକ (୩୧) ବୋଲି ଜଣାପଡିଛି। ପ୍ରମୋଦ ଗତ ରାତି ୮ ଘଣ୍ଟା ସମୟରେ କେହି ଜଣେ ଫୋନ କରିବାରୁ ଘରୁ ବାହାରି ଯାଇଥିଲେ, ତେବେ ସେ ଆଉ ଘରକୁ ଫେରି ନ ଥିଲେ। ତେବେ ସକାଳୁ ପୋଖରୀରେ ତାଙ୍କ ମୃତଦେହ ଭାସୁଥିବା ଦେଖାଯାଇଥିଲା ବୋଲି ପରିବାର ଲୋକ କହିଛନ୍ତି। ମୃତ ପ୍ରମୋଦଙ୍କ ଦୁଇ ପୁଅ ଏବଂ ସ୍ତ୍ରୀ ଥିବାବେଳେ ସେ ୱାଟର ସର୍ଭ୍ସିଂ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ବାନେର ଧନୁଯାତ୍ରାରେ ପ୍ରମୋଦଙ୍କ ସହ କିଛି ଲୋକ ଝଗଡା କରିଥିବାବେଳେ ତାକୁ କେନ୍ଦ୍ର କରି ହତ୍ୟା ହୋଇଥିବା ପରିବାର ଲୋକେ ସନ୍ଦେହ କରିଥିବା ସୁଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୋଷୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.