‌ଲାଞ୍ଜିଗଡରେ କଂଗ୍ରେସର ଶୋଭାଯାତ୍ରା: ଲାଞ୍ଜିଗଡ ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ଆହ୍ୱାନ କ୍ରମେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ରାଲି ଓ ପଥପ୍ରାନ୍ତ ସଭାରେ ବହୁ ସଂଖ୍ୟକ କଂଗ୍ରେସ ନେତା ଓ କର୍ମୀ ବେଦାନ୍ତର ପାରିପାର୍ଶିକର ବିକାଶ ସହିତ ବସନ୍ତ ପଡା,

ବନ୍ଦଗୁଡା, ସିନ୍ଦିବାହାଲି ଭଳି କିଛି ଗାଁକୁ ବିସ୍ଥାପିତ କରି ପରିବାର ବର୍ଗଙ୍କୁ ସ୍ଥାଇ ନିଯୁକ୍ତି ଦାବି ସହିତ ପାରିପାର୍ଷିକ ଅଞ୍ଚଳ ବାସୀଙ୍କ ବିକାଶ ପାଇଁ ଜଗନ୍ନାଥପୁର ଠାରୁ ଏକ ଶୋଭାଯାତ୍ରାରେ ବାହାରି ବେଦାନ୍ତ ମୂଖ୍ୟ ଫାଟକରେ ୨୪ ବର୍ଷର ବିଜେଡ଼ି ସରକାର ଅଞ୍ଚଳର ବିକାଶ ପାଇଁ କିଛି କରିନ’ଥିବା ବେଳେ ଏପଟେ

ଆଦିବାସୀ ଜନଜାତିର ବିକାଶ ପାଇଁ ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଆଦିବାସୀଙ୍କ ବିକାଶ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ଡବଲ ଇଞ୍ଜିନ ସରକାର ଅପାରଗତା କହି ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ।

ଏହା ପରେ ଲାଞ୍ଜିଗଡ଼ ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।ଏହି ପଦଯାତ୍ରାଟି ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଲେ କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତ୍ରୀ ଦ୍ରୌପଦୀ ମାଝୀ, ସିଦ୍ଧାର୍ଥ ନାୟକ, ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ,

ମୁରଲୀଧର ନାଏକ, ଡକା ମାଝୀ, ସୁରେନ୍ଦ୍ର ମାଝୀ, ସଦାନନ୍ଦ ନାଏକ, ମହିଳା ସଭାନେତ୍ରୀ ଶାନ୍ତି ହରିଜନ, ମନୋଜ କୁମାର ରାଉତ, ଟି.ପ୍ରଭାକର ରାଓ, ପୂର୍ଣ୍ଣ ଚନ୍ଦ୍ର ଗଉଡ଼, କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କ ସମେତ ଶତାଧିକ ଦଳୀୟ କର୍ମୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.