ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଳା ବ୍ଲକ ଯୁରାବନ୍ଧ ପଞ୍ଚାୟତ କେଓମାଲ ଗାଁ ପଡ଼ିଆରେ ଏଲବିସିସି ଆନୁକୂଲ୍ୟରେ ପ୍ରଥମ ବସନ୍ତ ପଧାନ ଏବଂ ଦ୍ବିତୀୟ ସୁବଳ ଭାଟି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ଟସ ଜିଣି ପ୍ରଥମେ ସିଆଲଜୋର ଦଳ ନିର୍ଦ୍ଧାରିତ ୮ ଓଭରରେ ୯0 ରନ କରିଥିଲେ | ଜବାବରେ ଜୁରାବନ୍ଧ ଦଳ ୮ ଓଭରରେ ୯୧ ରନ କରି ଚମ୍ପିୟାନ ହୋଇଥିଲେ | ବିରଞ୍ଚି ନାଗ, ବିଜୟ ସୁନା ଖେଳ ପରିଚାଳନା କରିଥିଲେ | ସତ୍ୟାନନ୍ଦ ନାଏକ ଧାରା ବିବରଣୀ ପ୍ରଦାନ କରିଥିଲେ | ଯିହୁଦା ନନ୍ଦ ସ୍କୋରର ରହିଥିଲେ | ଆୟୋଜକ କମିଟି ସମ୍ପାଦକ ବିରଞ୍ଚି ଭାଟିଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ ସଭାରେ ସରପଞ୍ଚ କରିସ୍ମା ନନ୍ଦ, ନାଏବ ସରପଞ୍ଚ ସିଦ୍ଧେଶ୍ଵର ତାଣ୍ଡି ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ | ମେନ ଅଫ ଦ ସିରିଜ ଟିଟୁ ନାଗ, ଶ୍ରେଷ୍ଠ ବୋଲର ଭାବେ ଦିପେନ ବାଗ ପୁରସ୍କୃତ ହୋଇଥିଲେ । ରଂଜିତ ବାଗ, ଜ୍ୟୋତିରଞ୍ଜନ ପଧାନ, ସତ୍ୟବ୍ରତ କୁମୁରା, ଡୋଳାମଣି ମାଝୀ, ତରୁଣ ପଧାନ ପ୍ରମୁଖ କ୍ରିକେଟ କ୍ଲବ ସଦସ୍ୟ ସହଯୋଗ କରିଥିଲେ ।