ରାମଧୂନ୍ କପ୍ ଫୁଟବଲ୍: କଟକ ମା’ ମଙ୍ଗଳା ଦଳ ଚାମ୍ପିଅନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମଝିପଡା ରାମଧୂନ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧି ଷ୍ଟାଡିୟମ୍ ଠାରେ ଚାଲିଥିବା ସର୍ବଭାରତୀୟ ରାମଧୁନ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ କଟକ ମା’ମଙ୍ଗଳା ଦଳ ଏବଂ କଟକ (ସ୍ପୋର୍ଟସ ହଷ୍ଟେଲ) ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମା’ ମଙ୍ଗଳା ଦଳ ୨-୧ ଗୋଲ ବ୍ୟବଧାନରେ ବିଜୟୀ ହୋଇ ଟୁର୍ଣ୍ଣାମେଣ୍ଟର ଚାମ୍ପିଅନ ହୋଇଥିଲା। କ୍ଳବ ସମ୍ପାଦକ ପିୟୁଷ କୁମାର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ସମ୍ମାନିତ ଅତିଥି ଭାବେ ବୀରମହାରାଜପୁର ବ୍ଳକ ଉପାଧ୍ଯକ୍ଷା ନରାୟଣ ଲୁହା, ଡୁଙ୍ଗୁରିପାଲି ବ୍ଳକ ଉପାଧ୍ଯକ୍ଷ ମକରଧ୍ଵଜ ସାହୁ, ସମାଜିକକର୍ମୀ ଶ୍ରୀବସ୍ ମଲ୍ଲିକ, ପ୍ରାକ୍ତନ ନଗରପାଳ କଇରୁ ସ୍ବାଇଁ, ଜିଲ୍ଲା କ୍ରୀଡା ସଂଘ ଉପଦେଷ୍ଟା ଚିତ୍ତରଞ୍ଜନ ତରାସିଆ, ଆଇନଜୀବୀ ନନ୍ଦକିଶୋର ତ୍ରିପାଠୀ, ଜିଲ୍ଲା କ୍ରିକେଟ ସଂଘ ସଭାପତି ରାମଶଙ୍କର ସାହୁ, ଗୋପାଳ ବରାଇ, ଯୁବନେତା ପ୍ରଭାତ ଦାନୀ, ଜିତେନ୍ଦ୍ର ସାହୁ, ଶାଶ୍ୱତ ମିଶ୍ର, ସାମାଜିକ କର୍ମୀ ସତ୍ୟ ନାରାୟଣ ଦରଓ୍ବାନ ପ୍ରମୁଖ ଯୋଗଦେଇଥିଲେ। ପରେ ଅତିଥିମାନେ ଉଭୟ ବିଜେତା ଏବଂ ଉପବିଜେତା ଦଳକୁ ପୁରସ୍କୃତ କରିଥିଲେ। ଏଥିସହ କଟକ ମା’ମଙ୍ଗଳା ଦଳର ବିଜୟ ବାରିକଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଏବଂ ଦିନବନ୍ଧୁ ଦାସଙ୍କୁ ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ ଭାବେ ପୁରସ୍କୃତ କରାଯାଇଥିଲା। କଟକ ସ୍ପୋଟ୍‌ର୍ସ ହଷ୍ଟେଲ ଦଳର ଜଗନ୍ନାଥ ଟୁଡ଼ୁଙ୍କୁ ବେଷ୍ଟ ଏମୋଜିଂ ଖେଳାଳି, ସୌଟ୍‌ସ ହଷ୍ଟେଲ ଦଳର ସଂଜୟ ହେମ୍ବ୍ରମ୍‌ଙ୍କ ବେଷ୍ଟ ଗୋଲକିପର, କଟକ ମା ମଙ୍ଗଳା ଦଳର ରାକେଶ ଟୁଡ଼ୁଙ୍କୁ ବେଷ୍ଟ ଡିଫେନ୍ସ, ଧନେଶ୍ଵର ବେହେରାଙ୍କୁ ବେଷ୍ଟ ଡିସିପ୍ଲିନ ଖେଳାଳି ଏବଂ ଝାଡ଼ଖଣ୍ଡ (ଉମେଶ ବ୍ରଦର୍ସ) ଦଳକୁ ବେଷ୍ଟ ଡିସିପ୍ଲିନ ଦଳ ଭାବେ ପୁରସ୍କୃତ କରାଯାଇଥିଲା। ଆଜିର ଫାଇନାଲ ମ୍ୟାଚ୍‌ରେ ସଂଜୀବ ସାହୁ ମୁଖ୍ୟ ରେଫରି, ଜିତେନ୍ଦ୍ର ଥନାପତି, ଦିଲ୍ଲୀପ ରାଉତ, ସଂଜନ କୁଦେଇ ଫୋର୍ଥ ଅଫିସିଆଲ ଦାୟିତ୍ଵ ତୁଲାଇଥିଲେ। ପ୍ରଭୁଦତ୍ତ କୁମ୍ଭାର, ଦିଗାମ୍ବର ଶତପଥୀ ଓ ସାମ୍ୱାଦିକ ମନୋରଞ୍ଜନ ତ୍ରିପାଠୀ ଧାରା ବିବରଣୀ ପ୍ରଦାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.