ଫେସବୁକ ସୁବର୍ଣ୍ଣ କବିତା ଆସରରେ ସମ୍ବର୍ଦ୍ଧିତ ହେବେ ୧୦ ପ୍ରତିଭା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ୫୦ତମ ଫେସବୁକ କବିତା ଆସରର ସୁବର୍ଣ୍ଣ ଆସରରେ ସମ୍ବର୍ଦ୍ଧିତ ହେବେ କଲିକତା ଓ ଓଡିଶାର ବିଭିନ୍ନ ଜିଲ୍ଲାର ୧୯ ପ୍ରତିଷ୍ଠିତ କବି। ନୋସି କଲଚ୍ୟୁରାଲ ଏକାଡେମି ଓ ଫେସବୁକ କବିତା ଆସରର କବି ଓ ଲେଖକଙ୍କ ମିଳିତ ସହଯୋଗରେ ଆସନ୍ତା ମାର୍ଚ୍ଚ ୧ ଓ ୨ ତାରିଖ ଦୁଇଦିନ ନୋସି ବିଜିନେସ ପାର୍କର ଉତ୍କଳା ମୁକ୍ତମଞ୍ଚରେ ଆୟୋଜିତ ହେବ ଫେସବୁକ କବିଙ୍କ ମହାକୁମ୍ଭ ‘କବିତା ସୁବର୍ଣ୍ଣ ଆସର’ ।

ଏହି ଅବସରରେ ଦୁଇଦିନ ଧରି ଅପରାହ୍ନ ୪ ଟା ୩୦ ରୁ ରାତ୍ରି ୯ ଘଟିକା ପର୍ଯ୍ୟନ୍ତ ନବକବି କବିତା ପାଠୋତ୍ସବ, ବିଶିଷ୍ଟ କବିଙ୍କ କବିତା ପାଠୋତ୍ସବ, ସାମାଜିକ ଗଣମାଧ୍ୟମରେ କବିତାର ଭୂମିକା ଶୀର୍ଷକ ଆଲୋଚନା, ଶାସ୍ତ୍ରୀୟ ସଙ୍ଗୀତ ଆସର, ସାଂସ୍କୃତିକ ସନ୍ଧ୍ୟା, ପୁସ୍ତକ ଲୋକାର୍ପଣ, ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଚିତ୍ରଶିଳ୍ପୀ କେଶୁ ଦାସ ଜଣାଇଛନ୍ତି।

ଏହି ଅବସରରେ କଲିକତାର ଉର୍ଦ୍ଦୁ କବି ଇର୍ଷାଦ୍ ମଜହାରୀ, କଟକରୁ ଡାକ୍ତର ଦେବାଶିଷ ଜ୍ୟେଷ୍ଠୀ, ଭୁବନେଶ୍ୱରରୁ ଡାକ୍ତର ଶୁଭ ଦାଶ, ଯାଜପୁରରୁ ପୂର୍ଣ୍ଣ ଦାସ, ଢେଙ୍କାନାଳରୁ ମୃତ୍ୟୁଞ୍ଜୟ ବେହେରା, ଭୁବନେଶ୍ୱରରୁ ଅନିତା ରାୟ, ଭଦ୍ରକରୁ ମନୋରଞ୍ଜନ ମୁଦୁଲି, ମୟୂରଭଞ୍ଜରୁ ସୁଚରିତା ମହାନ୍ତି ଓ କେଉଁଝରରୁ ମିଲନ ମିଶ୍ରଙ୍କୁ ଫେସବୁକ ମାଧ୍ୟମରେ ଓଡିଆ କବିତାର ସମୃଦ୍ଧି ଓ ବିକାଶ ଦିଗରେ ବିଶେଷ ଅବଦାନ ପାଇଁ ଏବଂ ଅନ୍ୟମାନଙ୍କୁ ପ୍ରେରଣା ଦେଇଥିବାରୁ ସମ୍ବର୍ଦ୍ଧନା ଦିଆଯିବାକୁ ମନୋନୀତ କରାଯାଇଛି । ଡକ୍ଟର ରତ୍ନାକର ସିଂହଙ୍କ ପୌରୋହିତ୍ୟରେ ଶିଳ୍ପୀ କେଶୁ ଦାସ, ଗଗନ ସେଠୀ, ରଣଜିତ ପୃଷ୍ଟି, ସୁଶାନ୍ତ ପରିଡା, ସୁଧାକର ସେଠୀ, ପ୍ରବୀର କମିଳା, ଅଜିମ ବାଲେଶ୍ଵରୀ ଓ ପ୍ରଣତି ମହାପାତ୍ର ପ୍ରମୁଖ ଚୟନ କମିଟିର ସଦସ୍ୟ ସଦସ୍ୟାମାନେ ଏହି ୧୦ ପ୍ରତିଭାଙ୍କୁ ଚୟନ କରିଥିବା ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.