ସାନଗୁଣ୍ଡରୀ ସ୍କୁଲର ଶିକ୍ଷକ ସରତ ଚନ୍ଦ୍ର ଭୋଇଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସାନଗୁଣ୍ଡୁରି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ସରତ ଚନ୍ଦ୍ର ଭୋଇ ଆଜି ଅବସର ଗ୍ରହଣ କରିଛନ୍ତି। ସାନଗୁଣ୍ଡରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ସରିଆଁ ହାଇସ୍କୁଲର ପ୍ରଧାନଶିକ୍ଷକ ସାଧୁରାମ ଭୋଇ, ରାକ୍ସି ହାଇସ୍କୁଲର ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁ, ସରିଆଁ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଟଙ୍କଧର ସା, ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ଅମିତ ଶର୍ମା, ଶିକ୍ଷକ ଗଙ୍ଗା ନାରାୟଣ ଦାଶଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା, ପୁରାତନ ଛାତ୍ରଛାତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭୋଇଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସଭା ପରେ ଏକ ବିଶାଳ ଶୋଭାଯାତ୍ରାରେ ସମସ୍ତେ ଅବସରପ୍ରାପ୍ତ ଶିକ୍ଷକ ଓ ତାଙ୍କ ଧର୍ମପତ୍ନୀଙ୍କୁ ନେଇ ତାଙ୍କ ସରିଆଁ ସ୍ଥିତ ବାସଭବନରେ ଛାଡ଼ି ଆସିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପୁରାତନ ଛାତ୍ର ସୁଦାମ ସାହୁ, ଭବାନୀ ବିଶ୍ବାଳ, ଚୁଡ଼ାମଣି ରଣା, ଦେବଋଷି ହରପାଲ, ଅଜିତ ସାହୁ, ରେବୁନ ସାହୁ, ରୋମାଞ୍ଚଳ ସାହୁ, ରଞ୍ଜନ ବିଶ୍ବାଳ, ଭୁବନ ଗଉଡ, ଟିକେରାମ ମାଝୀ, ରଘୁ ପାଣ୍ଡେ, ନରୋତ୍ତମ କରୁଆଁ, ପୂର୍ଣ୍ଣ ବାରିକଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସୁପରିଚିତ ସରତ ଚନ୍ଦ୍ର ଭୋଇ ୧୯୮୪ ମସିହାରୁ ଏହି ବିଦ୍ୟାଳୟରେ ଯୋଗଦାନ କରି ଏହି ବିଦ୍ୟାଳୟରୁ ହିଁ ଅବସର ଗ୍ରହଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.