ବୁଢ଼ାରଜା ପାହାଡ଼ରୁ ଠାବ ହେଲା ନିଖୋଜ ପରିକ୍ଷାର୍ଥୀଙ୍କ ମୃତଦେହ 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ  ଆମଯୋର ଗ୍ରାମ ନିକଟସ୍ଥ ବୁଢ଼ାରଜା ପାହାଡ଼ରୁ ନିଖୋଜ ମାଟ୍ରିକ ପରିକ୍ଷାର୍ଥୀଙ୍କ ମୃତଦେହ ଠାବ ହୋଇଥିବା ସୂଚନା ମିଳିଛି। ଗୁରୁବାର ଅପରାହ୍ନରେ କଲମପୁର ଥାନା ଅଧୀନରେ ଥିବା ଆମଯୋର ଗ୍ରାମ ନିକଟସ୍ଥ ବୁଢ଼ାରଜା ପାହାଡ଼ରୁ ନିଖୋଜ ମୃତ୍ୟୁ ଦେହ ଠାବ ହୋଇଥିବା ବେଳେ ବାଳକ ଜଣକ ଗତକାଲି ଅପରାହ୍ନରେ ନିଖୋଜ ହେଇଥିବା ଆମଯୋର ଗ୍ରାମର ଅର୍ଜୁନ ରାଉତଙ୍କ ପୁଅ ପଦ୍ମଲୋଚନ ରାଉତ ବୋଲି ଚିହ୍ନଟ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ ପଦ୍ମଲୋଚନ ମାଟ୍ରିକ ପରୀକ୍ଷା ଦେଉଥିଲେ। ଗୁରୁବାର ଶେଷ ପରିକ୍ଷା ଦେବାର ଥିଲା କିନ୍ତୁ ପଦ୍ମଲୋଚନ ବୁଧବାର ଅପରାହ୍ନରୁ ଘରୁ ବାହାରି ଯାଇଥିଲେ ବିଳମ୍ବ ରାତି ପର୍ୟ୍ୟନ୍ତ ସେ ନ ଫେରିବାରୁ ପରିବାର ଲୋକେ ଅନେକ ଖୋଜାଖୋଜି କରି ନ ପାଇବାରୁ ଶେଷରେ କଲମପୁର ପୋଲିସ ଥାନାରେ ନିଜ ପୁଅ ନିଖୋଜ ନେଇ ଏକ ଏତଲା ଦେଇଥିଲେ। ଏହି ଏତଲା ଦେବାର କିଛି ସମୟପରେ ଗାଁ  ନିକଟରେ ଥିବା ବୁଢ଼ାରଜା ପାହାଡ଼ର ଏକ ଗଛରେ ପଦ୍ମଲୋଚନଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ସୁଚନା ପାଇଥିଲେ। ଏ ନେଇ କଲମପୁର ପୋଲିସ ଥାନା ଅଧିକାରୀ ନୀଳାମ୍ବର ଜାନୀ ଘଟଣା ସ୍ଥଳରେ ପହଞ୍ଚି ଶବ ଠାବ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ, ଏହା ଏକ ଯୋଜନାବଦ୍ଧ ହତ୍ୟା। ସାଇନଟିଫିକ ଟିମ୍ ସହାୟତାରେ ଘଟଣାର ତଦନ୍ତ କରାଯିବା ପାଇଁ ପୋଲିସ ଅଧିକାରି କହିଥିବା ସୁଚନା ମିଳିଥିବା ବେଳେ ଆସନ୍ତା କାଳି ସାଇନଟିଫିକ ପହଁଞ୍ଚିବା ପରେ ଘଟଣାର ତଦନ୍ତ ହେବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.