ଗମାଙ୍ଗ କୁଡ଼ିଆ ଗ୍ରାମରେ ପାନୀୟ ଜଳ ସଂକଟ; ଏବେ ସ୍ୱଛ ଜଳ ପାଇବେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ରାମନାଗୁଡ଼ା (ପଦ୍ମନ ଭତ୍ରା): ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ କୁଜେନ୍ଦ୍ରି ପଞ୍ଚାୟତ ଅନ୍ତର୍ଗତ ଗମାଙ୍ଗ କୁଡ଼ିଆ ଗ୍ରାମରେ ୧୧ଟି ପରିବାର ୪୦ରୁ ଉର୍ଦ୍ଧ ଲୋକ ଦୀର୍ଘ ବର୍ଷ ହେବ ବସବାସ କରିଆସୁଛନ୍ତି। କିନ୍ତୁ ନଳକୂପର ଜଳ କାଦୁଅ ସହ ଦୁଷିତ ଭାବେ ବାହାରୁଥିବା ଏବଂ ପ୍ରଶାସନ ସ୍ୱଛ ଜଳ ଯୋଗାଇବାରେ ବିଫଳ ହୋଇଥିବା ଓ ଗୋଷ୍ଠିଉନ୍ନୟନ ଅଧିକାରୀଙ୍କୁ ୨/୩ଥର ଜଳର ସମସ୍ୟା ଜଣାଇଥିଲେ ମଧ୍ୟ ଗ୍ରାମବାସୀଙ୍କ ଗୁହାରି ଦୃଷ୍ଟି ଦେଇନଥିବା ଅଭିଯୋଗକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶିତ ପରେ ପଞ୍ଚାୟତ କତୃପକ୍ଷଙ୍କ ତତ୍ପର ଦେଖିବାକୁ ମିଳିଛି। ଯାହା କି ପଞ୍ଚାୟତ ତରଫରୁ ପୂର୍ବରୁ ରହିଥିବା ନଳକୂପକୁ ମରାମତି ନିମନ୍ତେ ଆଗେଇ ଆସିଛନ୍ତି କର୍ମଚାରୀମାନେ। ତେବେ ଏହି ମରାମତି ହୋଉଥିବା ନଳକୂପ କେତେ ଦିନ ଲୋକଙ୍କ ତୃଷା ମେଣ୍ଟାଇବ ତାହା ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.