ଭୁବନେଶ୍ୱର ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ; ସାମିଲ ହେଲେ ନର୍ଲାର ୩୦୦ରୁ ଉର୍ଦ୍ଧ୍ୱ କର୍ମୀ

ଓଡିଆ ବାର୍ତ୍ତା/ ଭୁବନେଶ୍ୱର| କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବିଜେପି ଓ କଂଗ୍ରେସ ଦଳର ୩୦୦ ରୁ ଉର୍ଦ୍ଧ୍ୱ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି। ନର୍ଲା ବିଧାୟୀକା ମନୋରମା ମହାନ୍ତି ଓ ବରିଷ୍ଠ ବିଜେଡି ନେତା ତଥା ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତିଙ୍କ ନେତୃତ୍ୱରେ ଶନିବାର ନର୍ଲାର ବିଭିନ୍ନ ଦଳର ୩୦୦ ରୁ ଉର୍ଦ୍ଧ୍ୱ କର୍ମୀ ରାଜ୍ୟ ପାର୍ଟି ଅଫିସ ‘ଶଙ୍ଖ ଭବନ’ର ମିଶ୍ରଣ ପର୍ବ ସମୟରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିବା ଜଣାପଡିଛି। ଇତ୍ୟବସରରେ ମଞ୍ଚରେ କଳାହାଣ୍ଡି ଜିଲ୍ଲା ସଭାପତି ତଥା ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରୀ, ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଙ୍କର ମିଶ୍ର, ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, ଏମ ରାମପୁର ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂ ଦେଓ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ମଞ୍ଚରେ ଉପସ୍ଥିତ ନେତୃବୃନ୍ଦ ବିଭିନ୍ନ ଦଳରୁ ଆସିଥିବା କର୍ମୀମାନଙ୍କୁ ଶଙ୍ଖ ଚିହ୍ନ ରହିତ ଦଳୀୟ ଉତ୍ତରୀୟ ପ୍ରଦାନ କରି ପୁଷ୍ପ ଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ। ଶଙ୍ଖ ଭବନ କାର୍ଯ୍ୟାଳୟ ପରିଚାଳନା ସଦସ୍ୟ ବିଜୟ କୁମାର ମଞ୍ଚ ପରିଚାଳନା କରିଥିଲେ। ଏହାପରେ ଶଙ୍ଖ ଭବନରୁ ଏକ ବିଶାଳ ଶୋଭାଯାତ୍ରାରେ ନବୀନ ନିବାସକୁ ଯାଇ କର୍ମୀମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶିର୍ବାଦ ନେଇଥିଲେ। ନର୍ଲାର ବରିଷ୍ଠ ନେତୃ ମଣ୍ଡଳୀ ମାନଙ୍କ ମଧ୍ୟରେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ଭବାନୀ ସାହୁ, ସତ୍ୟ ନାରାୟଣ ସାହୁ, ପ୍ରଦୀପ ସାହୁ, ଘାସିରାମ ସାହୁ, କଳାହାଣ୍ଡି ବିଜୁ ଛାତ୍ର ଜନତା ଦଳ ସଭାପତି ଅଜିତ କୁମାର ସାହୁ, ଦେବେନ୍ଦ୍ର କୁମାର, ନର୍ଲା ବିଧାୟକାଙ୍କ ପ୍ରତିନିଧି ଗୋବିନ୍ଦ ତାଣ୍ଡି, ଜିଲ୍ଲା ଉପସଭାପତି ଟିକେଲାଲ ସାହୁ, ଯୁବନେତା ଅର୍ଜୁନ ପଧାନ, ଜୟନ୍ତ ଗୌଡ, ନର୍ଲା ବିଜେଡି ମହିଳା ସଭାନେତ୍ରୀ ପ୍ରମିଳା ପଧାନ, କେସିଙ୍ଗା ବ୍ଲକ ସଭାନେତ୍ରୀ ପ୍ରମିଳା ଷଢଙ୍ଗୀ, ଏମ.ରାମପୁର ବ୍ଲକ ସଭାନେତ୍ରୀ ତୁଳସୀ ବିଶି, କର୍ଲାମୁଣ୍ଡା ବ୍ଲକ ସଭାନେତ୍ରୀ ରୀତୁରାଣୀ ନାଗ, ଜିଲ୍ଲା ସଦସ୍ୟା ମନ୍ଦିରା ନାଏକ, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତ ରାମ ମାଝୀ, ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ଯୁବ ନେତା ସୁଦର୍ଶନ ଦୋରା, ଚଣ୍ଡିଦାସ ସାହୁ ପ୍ରମୁଖ ବିଭିନ୍ନ ଦଳର କର୍ମୀମାନଙ୍କୁ ଆଣିବାରେ ସହଯୋଗ କରିଥିଲେ। ବିଜେଡିରେ ସାମିଲ ହୋଇଥିବା ବିଶିଷ୍ଟ ବ୍ୟକ୍ତି ମାନଙ୍କ ମଧ୍ୟରେ ପୁର୍ବତନ ଜିଲ୍ଲା ପରିଷଦ ସଦସ୍ୟ କୀର୍ତ୍ତନ ସାହୁ, ବିଶିଷ୍ଟ ଆଇନଜୀବୀ ସପନ ପଟ୍ଟନାୟକ ପ୍ରମୁଖଙ୍କ ସମେତ ୩୦୦ରୁ ଉର୍ଦ୍ଧ୍ୱ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ଅନ୍ୟ ଦଳ ମାନଙ୍କରେ ରହି ଆମେ ଅଣ ନିଶ୍ୱାସୀ ହୋଇ ପଡିଥିଲୁ। କୋଣ ଠେସା ହେଉଥିଲୁ। ମାନ୍ୟବର ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଥିବା ମନ୍ତବ୍ୟ ଦେଇଛନ୍ତି ନୂତନ କର୍ମୀମାନେ। ଆଜି ପୁରୀ ଯାଇ ଜଗନ୍ନାଥ ଦର୍ଶନ କରି ନୂତନ କର୍ମୀ ମାନେ ନର୍ଲା ପ୍ରତ୍ୟାବର୍ତ୍ତନ କରୁଥିବା ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.