ହାତରେ ତ୍ରିରଙ୍ଗା, ମନରେ ଦେଶପ୍ରେମ: ୧୦ରେ କୋରାପୁଟରେ ବିଶାଳ ରାଲି

ହର ଘର ତ୍ରିରଙ୍ଗା-୨୦୨୬’ ଅବସରରେ ପୋଲିସ ପ୍ୟାରେଡ୍ ପଡ଼ିଆରୁ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଯାଏ ଦେଶଭକ୍ତିର ବାର୍ତ୍ତା

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ହାତରେ ତ୍ରିରଙ୍ଗା, ମନରେ ଦେଶପ୍ରେମ। ଜାତୀୟ ପତାକାର ଗୌରବ ଓ ଦେଶଭକ୍ତିର ଭାବନାକୁ ନେଇ ଆସନ୍ତା ଅଗଷ୍ଟ ୧୦ ତାରିଖ ସୋମବାର କୋରାପୁଟରେ ଅନୁଷ୍ଠିତ ହେବ ଜିଲ୍ଲାସ୍ତରୀୟ ‘ହର ଘର ତ୍ରିରଙ୍ଗା-୨୦୨୬’ ରାଲି। ସକାଳ ୮ଟାରେ ପୋଲିସ ପ୍ୟାରେଡ୍ ପଡ଼ିଆରୁ ରାଲିର ଶୁଭାରମ୍ଭ ହୋଇ ସ୍ପୋର୍ଟସ୍ କମ୍ପ୍ଲେକ୍ସ ପର୍ଯ୍ୟନ୍ତ ଯିବ। ତ୍ରିରଙ୍ଗା ପତାକା ଧରି ବିଭିନ୍ନ ବର୍ଗର ଲୋକେ ଏହି ରାଲିରେ ସାମିଲ ହୋଇ ଦେଶପ୍ରେମ ଓ ଜାତୀୟ ଏକତାର ବାର୍ତ୍ତା ଦେବେ। ଛାତ୍ରଛାତ୍ରୀ, ଯୁବବର୍ଗ, ସରକାରୀ କର୍ମଚାରୀ, ସ୍ୱେଚ୍ଛାସେବୀଙ୍କ ସମେତ ଜିଲ୍ଲାର ସାଧାରଣ ଜନତାଙ୍କୁ ଏହି ଦେଶଭକ୍ତିମୟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଜିଲ୍ଲାପାଳ ଆହ୍ୱାନ ଜଣାଇଛନ୍ତି। ଅଧିକରୁ ଅଧିକ ଲୋକଙ୍କ ଯୋଗଦାନରେ ରାଲିକୁ ସଫଳ କରିବା ସହ ତ୍ରିରଙ୍ଗା ପ୍ରତି ସମ୍ମାନ ଓ ଦେଶପ୍ରେମର ଭାବନାକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.