ଓଡ଼ିଆ ବାର୍ତ୍ତା/ ପୋଲସରା (କୁମୁଦ ଚନ୍ଦ୍ର ବେହେରା): ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଅନ୍ତର୍ଗତ ହାତୀଓଟ ଗଙ୍ଗାଧର ସାହୁ ମହାବିଦ୍ୟାଳୟ ପରିସରରେ ଓମ୍ ଶାନ୍ତି ପରିବାର ତରଫରୁ ଦାଦି ପ୍ରକାଶମଣିଜୀଙ୍କ ପବିତ୍ର ସ୍ମୃତିରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଶାମୁକ୍ତ ଅଭିଯାନର ଭୂୟସୀ ପ୍ରଶଂସା କରିବା ସହ ନିଶା ନିବାରଣ ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ ଦେଇଥିଲେ। ଏଥିରେ କଲେଜର ଅଧ୍ୟାପକ, ଅଧ୍ୟାପିକା, ଛାତ୍ର, ଛାତ୍ରୀ ଏବଂ ଓମ୍ ଶାନ୍ତି ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ।





