ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ (ମିଳିତ) ତରଫରୁ ଶନିବାର ଆମପାଣି ସ୍ଥିତ ଡାକବଙ୍ଗଳାଠାରେ ଅବସରପ୍ରା ଶିକ୍ଷକ ମୁରଲୀଧର ମାଝୀ, ଭୁବନେଶ୍ୱର ନିଆଲ ଏବଂ ନିର୍ମଳ ଚନ୍ଦ୍ର ସାହୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ପୁରୋହିତ ସଭାପତିତ୍ବରେ ଅନୁଷ୍ଠିତ ସଭାରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଏନପିଏସ ଶିକ୍ଷକସଂଘ ସମ୍ପାଦକ ବୈକୁଣ୍ଠ ଜାଲ ମୁଖ୍ୟବକ୍ତା, ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ ସଭାପତି ଚନ୍ଦ୍ରମୋହନ ପୂଝରୀ, ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ସଭାପତି ଗଗନ ବିହାରୀ ପଟ୍ଟନାୟକ ପ୍ରମୁଖ ସଂମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ। ଶିକ୍ଷକ ଈଶ୍ୱରୀ ପ୍ରସାଦ ଅଗସ୍ତି ସଭାକୁ ସଂଯୋଜନା କରିଥିଲେ। ଭାଗ୍ୟବାନ ବାଗ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପଞ୍ଚାନନ ମାଝୀ, ନବୀନ ମାଝୀ, ରମାକାନ୍ତ ଗୌଡ଼, ଏମ ଏନ ପଦ୍ମଲୋଚନ ସାହୁ, ବବ୍ରୁବାହାନ ସାହୁ, ମାନସିଂହ ବେଶ୍ରା, ତୁଳସିରାମ ପଟେଲ, ରଂଜିତ ଖମାରୀ, ମନୋରଞ୍ଜନ ମାଝୀ, କେଦାରନାଥ ନାଏକ, ସନାତନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କର ଆଗାମୀ ଅବସର ଜୀବନ ସୁସ୍ଥ, ନିରାମୟ ଓ ସୁଖମୟ ହେଉ ବୋଲି କାମନା କରିଥିଲେ। ଏହି ଅବସରରେ ଶିକ୍ଷକ ସଂଘ ପକ୍ଷରୁ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଆନୁଷ୍ଠାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କ୍ରମରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ହେବାକୁ ଥିବା ଗୁରୁଦିବସ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା।





