ଖଜୁରୀପୁଟରେ ଗ୍ରାମବାସୀଙ୍କ ସହ ଆଲୋଚନା, ବିକାଶ ପ୍ରସଙ୍ଗରେ ଦେଲେ ଗୁରୁତ୍ୱ
ଓଡିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ନିର୍ବାଚନୀ ପ୍ରତିଶ୍ରୁତିକୁ ମନେ ପକାଇ ଲୋକଙ୍କ ଦୁଆରେ ପହଞ୍ଚିଲେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା। ଦଶମନ୍ତପୁର ବ୍ଲକ ଗାଦିଆଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଜୁରୀପୁଟ ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଗାଁ ଗସ୍ତ କରି ବିଭିନ୍ନ ମୌଳିକ ସମସ୍ୟାର ସ୍ଥିତି ପରଖିଥିଲେ। ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଦାବି ଶୁଣିଥିଲେ ବିଧାୟକ।ଗାଁର ବିକାଶ ଓ ମୌଳିକ ସୁବିଧା ଯୋଗାଣକୁ ନେଇ ଆବଶ୍ୟକ ପଦକ୍ଷେପ ନେବା ସହ ସମ୍ପୃକ୍ତ ବିଭାଗ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ସେ ଗ୍ରାମବାସୀଙ୍କୁ ଆଶ୍ୱାସନ ଦେଇଥିଲେ। ବିଧାୟକଙ୍କ ଏହି ଗସ୍ତକୁ ସ୍ଥାନୀୟ ରାଜନୀତିରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି। ଲୋକଙ୍କ ସମସ୍ୟାକୁ ନେଇ ସିଧାସଳଖ ଗାଁରେ ପହଞ୍ଚିବା ଓ ସମାଧାନ ପାଇଁ ପଦକ୍ଷେପ ନେବା ମାଧ୍ୟମରେ ଜନସମ୍ପର୍କକୁ ଆହୁରି ମଜଭୁତ କରିବାକୁ ବିଧାୟକ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି।





