ସ୍କୁଲ ଫାଟକରୁ ୧୦ମ ଶ୍ରେଣୀ ଛାତ୍ରୀ ଅପହରଣକୁ ବିତିଲାଣି ୧୮ ଦିନ; ଖାଲି ପଡ଼ିଛି ପୋଲିସ ହାତ

ଓଡ଼ିଆ ବାର୍ତ୍ତା/ କଟକ ସଦର (ଜଗନ୍ନାଥ ଆଚାର୍ଯ୍ୟ): କଟକ ଜିଲ୍ଲା କିଶନନଗର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍କୁଲ ଗେଟ୍ ସମ୍ମୁଖରୁ ୧୦ମ ଶ୍ରେଣୀ ଛାତ୍ରୀ ଅପହରଣ ହେବାର ୧୮ ଦିନ ବିତିଯାଇଥିଲେ ବି ଅପହରଣକାରୀର ଟେର ପାଉନି ପୋଲିସ। ଅଭିଯୁକ୍ତର ସମ୍ପୂର୍ଣ୍ଣ ଠିକଣା ଦିଆଯାଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଛାତ୍ରୀଙ୍କ ପରିବାର ଓ ସ୍ଥାନୀୟ ଲୋକେ। ନିରୁପାୟ ହୋଇ ଶିଶୁ ସୁରକ୍ଷା ଅଧିକାରୀ ଓ ଏସପି ଅଫିସ ସମ୍ମୁଖରେ ଅନଶନ କରିବାକୁ ଚେତାବନୀ ଦେଇଛନ୍ତି ଅପହୃତା ଛାତ୍ରୀଙ୍କ ବାପା-ମା’। ଗତ ଜୁଲାଇ ୧୭ ତାରିଖ ଦିନ କିଶନନଗର ଥାନା ଅନ୍ତର୍ଗତ ଏକ ସରକାରୀ ବିଦ୍ୟାଳୟରୁ ୧୦ମ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ସ୍କୁଲ ଗେଟ୍ ସମ୍ମୁଖରୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ବାପା କିଶନନଗର ଥାନାରେ ଅଭିଯୋଗ କରିବା ସହ ଅପହରଣକାରୀର ସମ୍ପୂର୍ଣ୍ଣ ଠିକଣା ପୋଲିସକୁ ଯୋଗାଇ ଦେଇଥିଲେ। ପୋଲିସ ୨ ରୁ ୪ ଦିନ ମଧ୍ୟରେ ଝିଅକୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଆଜିକୁ ୧୮ ଦିନ ବିତିଯାଇଥିଲେ ବି କେବଳ ମାମଲା ରୁଜୁ କରି ପୋଲିସ ହାତ ବାନ୍ଧି ବସିରହିଛି। ପୋଲିସର ଏଭଳି କାର୍ଯ୍ୟଶୈଳୀକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.