ଦୂରେଇ ହୁଏନି ବୋଲି
ଆଖିର ଲୁହକୁ
ବୁଝିପାରେ ଭିଜି ଏଇ ଜୀବନକୁ।
ଲୁଚେଇ ହୁଏନି ବୋଲି
ପାଦର କ୍ଷତକୁ
ବୁଝିପାରେ ସଢି ଏଇ ଜୀବନକୁ।
ପାସୋରି ହୁଏନି ବୋଲି
ପେଟର ଭୋକକୁ
ବୁଝିପାରେ ତିନ୍ତି ଏଇ ଜୀବନକୁ।
ହଜେଇ ହୁଏନି ବୋଲି
ମନର ଦୁଃଖକୁ
ବୁଝିପାରେ ହଜି ଏଇ ଜୀବନକୁ।
ଲିଭେଇ ହୁଏନି ବୋଲି
ଛାତିର କଷ୍ଟକୁ
ବୁଝିପାରେ ଜଳି ଏଇ ଜୀବନକୁ।
ଖୁଣ୍ଟିଆ, ପର୍ଲା, କଳାହାଣ୍ଡି