ଜାତୀୟ ରାଜପଥ ଅବରୋଧ କଲେ ତଳମୁଣ୍ଡ ଚାଷୀ

ନୂଆପଡା: ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପ ପାଣି ପାଇଁ ଆନ୍ଦୋଳନ ଜୋର ଧରିଛି। ସଦର ବ୍ଲକ ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପରେ ପାଣି ପଂଚାୟତ ଅଧିନିୟମ ଓ ଉଚ୍ଚ ନ୍ୟାୟାଳୟରେ ନିର୍ଦେଶ ଅନୁସାରେ ଚଳିତ ବର୍ଷ ତଳ ମୁଣ୍ଡ ଚାଷୀ ରବି ଋତୁ ପାଇଁ ଗଲା ଡ଼ିସେମ୍ବର ମାସ ୨୫ ତାରିଖ ଠାରୁ ପାଣି ପାଇବାର ଥିଲା। କିନ୍ତୁ ଆଜିକୁ ଏତିକି ଦିନ ଗଡି ଯାଇଥିଲେ ହେଁ ତଳ ମୁଣ୍ଡ ଚାଷ ପାଇଁ ପାଣି ପାଇ ନାହାନ୍ତି। ତେଣୁ ଏହାର ପ୍ରତିବାଦରେ ତଳମୁଣ୍ଡର ସମସ୍ତ ଚାଷୀ ସ୍ଥାନୀୟ ଗୋତମା ଛକ ଠାରେ ଏକଜୁଟ ହୋଇ ଜାତୀୟ ରାଜପଥ ୩୫୩କୁ ଦୀର୍ଘ ୩ଘଣ୍ଟା ରୁ ଉର୍ଦ୍ଧ ଅବରୋଧ କରି ରଖିଥିଲେ। ରାସ୍ତା ଅବରୋଧର ଖବର ପାଇ ଜିଲ୍ଲା ପ୍ରଶାସନ ତରଫରୁ ସବ କଲେକ୍ଟର ତରଣୀ ସେନ ନାୟକ, ନୂଆପଡା ତହସିଲଦାର ଦେବେନ୍ଦ୍ର କୁମାର ରାଉତ, ଜୋଙ୍କ ଜଳ ସେଚନ ବିଭାଗର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ଚରଣ ସାହୁ ପ୍ରମୁଖ ଏକ ଟିମ ଆସି ଚାଷୀଙ୍କ ସମସ୍ୟା ବୁଝି ଥିଲା।

Omkar Vasthu
Omkar Vasthu


ତଳ ମୁଣ୍ଡ ଚାଷୀ ଜିଲ୍ଲପାଳ ସ୍ଵଧା ଦେବ ସିଂଙ୍କ ଉଦେଶ୍ୟରେ ଏକ ମେମୋରେଣ୍ଡମ ପ୍ରଶାସନିକ ଟିମଙ୍କୁ ଦେଇଥିଲେ। ତେବେ ଘଟଣା ସ୍ଥଳରେ ହିଁ ପ୍ରଶାସନିକ ଟିମ ଆଗାମୀ ସୋମବାର ପର୍ଯ୍ୟନ୍ତ ତଳ ମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇଦିଆ ଯିବ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ଆନ୍ଦୋଳନ ରୁ ଓହରିଥିଲେ ଓ ରାଜରାସ୍ତା ପୁଣିଥରେ ସ୍ୱାଭାବିକ ହୋଇଥିଲା। ଯଦି ସୋମବାର(୧୮ ଜାନୁଆରୀ) କୁ ପାଣି ନ ମିଳିବ ତେବେ ଆଗାମୀ ଦିନରେ ଆନ୍ଦୋଳନ ଭୟାବହ ରୂପ ନେବ ବୋଲି ପାଣି ପଂଚାୟତ ସଭାପତି ରାଜେଶ ନିଗମ ଚେତାବନୀ ଦେଇଛନ୍ତି। ଏହି ଆନ୍ଦୋଳନରେ ପାଣି ପଂଚାୟତ ସମ୍ପାଦକ ଧନିରାମ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ମହେଶ ନିଆଲ, ପ୍ରମୋଦ ସାହୁ, ତାରୋ ଅଗ୍ରୱାଲ, ମନମିତ ଗୁରୁଦତ୍ତା, ମନୋଜ ସାହୁ, କାଳିଚରଣ ସାହୁ,ଜୟ କୁମାର ସାହୁ ଓ ପବନ ସାହୁ ପ୍ରମୁଖ ସହ ଶତାଧିକ ତଳମୁଣ୍ଡ ଚାଷୀ ଉପସ୍ଥିତ ଥିଲେ। ଏ.ଏସ.ପି ସୁନୀଲ ଆଚାର୍ଯ୍ୟ, ଏସ.ଡି.ପି.ଓ ପ୍ରଶାନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ଖରିଆର ରୋଡ଼ ଜୋଙ୍କ ଆଇ.ଆଇ.ସି ଅନିରୁଦ୍ଧ ମୁଦୁଲି ଓ ପୋଲିସ ଟିମ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.