ରୁପ୍ରାରୋଡ: ବାଟରେ ବସୁଛି ହାଟ, ଟ୍ରାଫିକ ସମସ୍ୟା ଅସମ୍ଭାଳ

ନର୍ଲା: କଳାହାଣ୍ଡି ଜିଲ୍ଲାର ଏକ ପ୍ରମୁଖ ବୈବସାୟିକ ପେଣ୍ଠସ୍ଥଳୀ ରୁପ୍ରାରୋଡରେ ବୁଧବାର ଦିନ ସାପ୍ତାହିକ ହାଟ ରାସ୍ତା ଉପରେ ବସିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହିଦିନ ରୁପ୍ରାରୋଡ ବସ୍ତି ଅତିକ୍ରମ କରିବା ଅତି କଷ୍ଟ ହେଉଛି।

Omkar Vasthu
Omkar Vasthu


ରାସ୍ତାର ଦୁଇ ପାର୍ଶ୍ଵରେ ବଜାର ବସୁଥିବା ବେଳେ ଭାରି ଜାନ ଚଳାଚଳ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ରାସ୍ତା ଉପରେ ରେଲବାଇ ଓ ଅନ୍ୟାନ୍ୟ କମ୍ପାନୀର ହାଇଓ୍ବା, ଟିପର ସହ ବୈବସାୟୀମାନଙ୍କ ମାଳ ପରିବହନ କରୁଥିବା ଟ୍ରକସବୁ ଯାତାୟତ କରି ସମସ୍ୟା ସୃଷ୍ଟି କରୁଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏଠାରେ ସୂଚନାଯୋଗ୍ୟ ଯେ, ବର୍ଷ ବର୍ଷ ଧରି ରୁପ୍ରାରୋଡ ସାପ୍ତାହିକ ବଜାର ରାସ୍ତା ଉପରେ ବସି ଆସୁଥିଲା। ଦୁଇ/ତିନି ବର୍ଷ ତଳେ ଏହି ବଜାର ଅନ୍ୟ ସ୍ଥାନକୁ ସ୍ଥାନାନ୍ତର ହୋଇଥିଲା। ଏଥିଯୋଗୁଁ ସାଧାରଣ ଜନତା ପଞ୍ଚାୟତ କତୃପକ୍ଷଙ୍କୁ ସାଧୁବାଦ ଦେଇଥିଲେ। ତେବେ ପୁଣିଥରେ ଏହା ରାସ୍ତା ଉପରେ ବସୁଛି। ରାସ୍ତା ଉପରେ ହାଟ ବସୁଥିବା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି। ତେଣୁ ଏଦିଗରେ ରୁପ୍ରାରୋଡ ପଞ୍ଚାୟତ ଗଭିରତାର ସହ ବିଚାର କରିବା ଆବଶ୍ୟକତା ରହିଛି।

କୈ।ଣସି ଜରୁରୀ କାମରେ ବାହାରକୁ ବାହାରିଥିବା ଲୋକ, ରୋଗୀ, ବିଦ୍ୟାଳୟ/ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଯାତାୟତରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବସ୍ତିରେ ଟ୍ରାଫିକ ପୋଷ୍ଟ ନଥିବାବେଳେ ପଞ୍ଚାୟତ କତୃପକ୍ଷଙ୍କ ଉଦାସୀନତା ସମସ୍ୟାକୁ ବହୁଗୁଣିତ କରୁଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


ଏହି ବଜାରକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା, ଭାରି ଯାନ ଚଳାଚଳକୁ ବ୍ୟବସ୍ଥିତ ଢଙ୍ଗରେ ନିୟନ୍ତ୍ରଣ କରିବା, ରୁପ୍ରାରୋଡରେ ଟ୍ରାଫିକ ପୋଷ୍ଟ ବସାଇବା ଆଦି ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ପ୍ରଶାସନି ଏଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି।

କଳାହାଣ୍ଡି ଜିଲ୍ଲା ନର୍ଲାରୁ ନିରଞ୍ଜନ ଗଉଡଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.