ପୋଖରିବନ୍ଧ ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଲାଞ୍ଜିଗଡ, (ଦୁଃଖିଶ୍ୟାମ ନାଗ): ଲାଞ୍ଜିଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସ କ୍ରମରେ ପ୍ରତ୍ୟେକ ମଙ୍ଗଳବାର ଦିନ ବ୍ଲକର ପ୍ରତି ପଞ୍ଚାୟତରେ ସାପ୍ତାହିକ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଆୟୋଜିତ ହେଉଛି । ସେହି କ୍ରମରେ ଆଜି ପୋଖରିବନ୍ଧ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu


କାର୍ଯ୍ୟକ୍ରମର ମୁଖ୍ୟ ପୁରୋଧା ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ସହିତ ସମାଧାନ ପାଇଁ ଉଦ୍ୟମ କରିଥିଲେ । ତାଙ୍କ ସହିତ ବ୍ଲକ ପ୍ରଶାସନ ପକ୍ଷରୁ ଏଡିସନାଲ ତହସିଲଦାର ମନୋଜ କୁମାର ପାଣିଗ୍ରାହୀ, ଏବିଡିଓ ବିଭୁତିଭୂଷଣ ଶତପଥି, ବ୍ଲକ ଶିକ୍ଷାଧିକାରୀ ସଞ୍ଜୀବ କୁମାର ନାଏକ, ଜିପିଓ ତ୍ରିନାଥ ସାହୁ, ପିଏ ଶଙ୍କର ପ୍ରସାଦ ସାହୁ, ଏପିଓ ସଞ୍ଜିତ କୁମାର ପରିଡା,ଡବ୍ଲୁଇଓ ପଙ୍କଜ ବଳିଆର ସିଂ, ରାଜସ୍ୱ ନିରୀକ୍ଷକ ଲୋଚନା ମାଝୀ ପ୍ରମୁଖ ଯୋଗ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna


ପୋଖରୀବନ୍ଧ ସରପଞ୍ଚ କାମେଶ୍ୱର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେଣୁଧର କନ୍ଧପାଣି,ଗ୍ରାମ ରୋଜଗାର ସେବକ ଚନ୍ଦ୍ରମଣି ନାଏକ ଓ ପୁର୍ବତନ ଜିଆରଏସ ରାମଚନ୍ଦ୍ର ବେହେରା ପ୍ରମୁଖ ପରିଚାଳନା କରିଥିଲେ। ପଞ୍ଚାୟତର ଯୋଗାଣ ସହାୟକ କୁଳମଣି ବେହେରା, ୱାଡ଼ମେମ୍ବର ଦେବାରଚନ ବେହେରା ଓ ରୂପେଲି ମାଝୀ ଉପସ୍ଥିତ ଥିଲେ।ଏହି ଶିବିରରେ ରେକର୍ଡ ସଂଖ୍ୟକ ୧୫୦ ଜଣ ଲୋକ ଯୋଗଦେଇ ସେମାନଙ୍କ ଆପତ୍ତି ଅଭିଯୋଗ ଜଣାଇଥିଲେ । ଆଜିର ଶିବିରରେ ଲୋକେ ଗୃହ ନିର୍ମାଣ, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା,ପାନୀୟ ଜଳ, ମନରେଗା ଆଦି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ।ଲୋକଙ୍କ ଅଭିଯୋଗ ଓ ସେଗୁଡିକର ସମାଧାନ ପାଇଁ ବିଡିଓ ଶ୍ରୀ ମିଶ୍ର ବ୍ଲକ ତଥା ପଞ୍ଚାୟତସ୍ତରୀୟ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.