ସୁରକ୍ଷିତ ଏଲପିଜି ଗ୍ୟାସ୍ ବ୍ୟବହାର ନେଇ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ: ଏଲପିଜି ଗ୍ୟାସ୍ ବ୍ୟବହାର କରି ଇନ୍ଧନ ସଂରକ୍ଷଣ ସହିତ ସୁରକ୍ଷିତ କିପରି ରହି ପାରିବେ ତାହାକୁ ନେଇ ଜଗନ୍ନାଥପୁର ପଞ୍ଚାୟତ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ‘ସକ୍ଷମ-୨୦୨୧’ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ଇଣ୍ଡେନ ଗ୍ରାମୀଣ ବିତରକ ସୁଶ୍ରୀତା ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜଗନ୍ନାଥପୁର ସରପଞ୍ଚ ମମିତା ମାଝୀ, ଲାଞ୍ଜିଗଡ ସରପଞ୍ଚ ସୁଶ୍ରୀ ମଣି ମାଝୀ, ଡ଼. ନିରଞ୍ଜନ ଆଚାର୍ଯ୍ୟ, ଯୁବ ସମାଜସେବୀ ମାନବେନ୍ଦ୍ର ଜେନା, ସାମ୍ବାଦିକ ପୁରୁନ୍ଦର ଦଣ୍ଡସେନା ପ୍ରମୁଖ ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅତିଥିମାନେ ଏଲପିଜି ଗ୍ୟାସ୍ ବ୍ୟବହାର ସୁରକ୍ଷିତ ଭବିଷ୍ୟତ ସମ୍ବନ୍ଧରେ ଲୋକଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ବିଭିନ୍ନ ଅଞ୍ଚଳର ୩୪ ଜଣ ମହିଳା ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମଟିକୁ ଲାଞ୍ଜିଗଡ ଗ୍ୟାସ୍ ଏଜେନ୍ସିର କ୍ଷେତ୍ର ପରିଦର୍ଶନକ ବାବୁ ଜେନା ପରିଚାଳନା କରିଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.