କଟକ: ବୟାଳିଶମୌଜ଼ା ଉପକଣ୍ଠ ଦେଉଳି ସ୍ଥିତ ପୁରାତନ ଶିକ୍ଷାୟତନ ବାଲୁଙ୍କେଶ୍ୱର ବିଦ୍ୟାପୀଠର ୧୯୮୮ ମସିହା ଛାତ୍ରଛାତ୍ରୀ ମାନଙ୍କର ବଂଧୁ ମିଳନ ପର୍ବ ଐତିହାସିକ ପ୍ରସିଦ୍ଧ ବଳିବାମନ ପୀଠ, ଚାନ୍ଦୁଲି ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପର୍ବରେ ସହପାଠୀମାନେ ପୁରୁଣା ଦିନର ସ୍ମୃତି ଅନୁଭୂତିକୁ ମାନେ ପକାଇବାସହ ବନ୍ଧୁତା ଶବ୍ଦର ବାସ୍ତବତା ଉପରେ ସମୀକ୍ଷା କରି ଖୁସି ଅନୁଭବ କରିଥିଲେ। ସମସ୍ତ ବଂଧୁ ମାନଙ୍କସହ ସଂଜୟ ନାୟକ, ସୁଭନ୍ୟାସ ମହାନ୍ତି, ବିଶ୍ୱମୋହନ ଜେନା, ଅରବିନ୍ଦ ପତି, ମନ୍ମଥ ମହାପାତ୍ର, ସଂଜୟ ମହାପାତ୍ର, ଧୁନିଆ ସେଠୀ, ଜନାର୍ଦ୍ଦନ ମୁଦୁଲି, ପ୍ରଦୀପ ରଥ, ଶିବେନା ପରିଡା ପ୍ରମୁଖ ଉପସ୍ଥିତଥିଲେ।