କଳାହାଣ୍ଡିର କିଛି ପ୍ରମୁଖ ସ୍ଥାନରୁ BSNL ସେବା ବନ୍ଦ ଓ ସ୍ଥାନାନ୍ତର ମସୁଧା: ଦୃଢ଼ ବିରୋଧ କଲା ଛାତ୍ର ବିଜେଡି

BSNL 4-G ସେବାକୁ କୌଣସି ପ୍ରକାର ବନ୍ଦ କିମ୍ବା ସ୍ଥାନାନ୍ତର ହେବାକୁ ଦେବୁନାହିଁଅବିନାଶ ଠାକୁର

କଳାହାଣ୍ଡି, (କ୍ଷମାନିଧି ମହାକୁଡ): ଭାରତୀୟ ସଂଚାର ନିଗମ ଲିମିଟେଡ଼(ବିଏସଏନଏଲ) ୪ଜି ଟାଓ୍ବାର ଓ ଇଣ୍ଟରନେଟ ସେବା କଳାହାଣ୍ଡିର କିଛି ପ୍ରମୁଖ ସ୍ଥାନରୁ ବନ୍ଦ କରି କନ୍ଧମାଳ ଜିଲ୍ଲାକୁ ସ୍ଥାନାନ୍ତର କରିବା ପାଇଁ ହେଉଥିବା ଷଡଯନ୍ତ୍ର ଓ ଲୁଚାଛପା କାରବାରକୁ ପୁଣି ଥରେ ଆଜି ଛାତ୍ର ବିଜେଡି ବିରୋଧ କରିଛି। ଲାଞ୍ଜିଗଡ଼ ରୋଡ, ବେହେରା, ପର୍ଲା, ଗୁଘୁରପଲା ଭଳି ସ୍ଥାନରୁ ୪ଜି ସରଞ୍ଜାମ କାଢି ନିଆଯାଇଥିବା ଖବର ପାଇ କଳାହାଣ୍ଡି ଛାତ୍ର ବିଜେଡିର ଏକ ପ୍ରତିନିଧି ଦଳ ଜିଲ୍ଲା ଟେଲିକମ ଅଫିସର ସିଦ୍ଧାର୍ଥ ଶଙ୍କର ରୟଙ୍କୁ ସାକ୍ଷାତ କରିଛନ୍ତି।

Omkar Vasthu
Omkar Vasthu

ଛାତ୍ର ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ୱରେ ରାଜ୍ୟ ଯୁବ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ଅଭିଷେକ ମହାପାତ୍ର, ଭବାନୀପାଟଣା ଟାଉନ ସଭାପତି କାମାକ୍ଷ ସିଂହଦେଓ, ଉପ ସଭାପତି ବିକାଶ ମୁଣ୍ଡ, ଜିଲ୍ଲା ସାଧାରଣ ସମ୍ପାଦକ ମୁନା ବେହେରା ପ୍ରମୁଖ ଜିଲ୍ଲା ଟେଲିକମ ଅଫିସରଙ୍କୁ ସାକ୍ଷାତ କରି ବିଏସଏନଏଲ ୪ଜି ସେବାକୁ କୌଣସି ପ୍ରକାର ବନ୍ଦ କିମ୍ବା ସ୍ଥାନାନ୍ତର ହେବାକୁ ଦେବୁନାହିଁ ବୋଲି କହିଛନ୍ତି। ଯଦି ବିଏସଏନଏଲ ଏସବୁ କାରବାରରୁ ନ ଓହରେ ତେବେ ବିଏସଏନଏଲ ଅଫିସ ଘେରାଉ ସହ ତିବ୍ର ବିରୋଧ କରାଯିବ ବୋଲି ଛାତ୍ର ନେତାମାନେ ଚେତାବନୀ ଦେଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଏଠାରେ ସୂଚନାଯୋଗ୍ୟ ଯେ, ବିଏସଏନଏଲ ଓଡିଆ ସର୍କିଲର ଜେନେରାଲ ମ୍ୟାନେଜର ଗତ ୨୮ ଜୁଲାଇ ୨୦୨୦ରେ ଟିଡିଏମଙ୍କୁ ଚିଠି କରି କଳାହାଣ୍ଡି ଜିଲ୍ଲାର ୧୭ଟି ସ୍ଥାନରୁ ବିଏସଏନଏଲ ୪ଜି ସରଞ୍ଜାମ କନ୍ଧମାଳ ଜିଲ୍ଲା କୁ ସ୍ଥାନାନ୍ତର ପାଇଁ ଲେଖିଥିଲେ। ଏହି ଘଟଣାକୁ ନେଇ ସେତେବେଳେ ଛାତ୍ର ବିଜେଡି ଓ ବିଭିନ୍ନ ସଂଗଠନ ପକ୍ଷରୁ ତିବ୍ର ବିରୋଧ କରାଯାଇଥିଲା। ଏପରିକି ରାଜ୍ୟସଭ ସାସଂଦ ସୁଜିତ କୁମାର ନୂଆଦିଲ୍ଲୀରେ କେନ୍ଦ୍ର ଟେଲିକମ ମନ୍ତ୍ରୀ ଙ୍କୁ ସାକ୍ଷାତ କରିବା ସହ ସସଂଦ ରେ ଏହି ପ୍ରସଙ୍ଗ କୁ ଉପସ୍ଥାପନ କରିଥିଲେ। ଏହାପରେ ବିଏସଏନଏଲ ତରଫରୁ କୌଣସି ୪ଜି ସବା ବନ୍ଦ କରାଯିବ ନାହିଁ ବୋଲି କୁହାଯାଇଥିଲା। କିନ୍ତୁ କିଛି ଦିନ ତଳେ ପୁଣି କଳାହାଣ୍ଡି ଜିଲ୍ଲାର ୪ଟି ସ୍ଥାନରୁ ୪ଜି ସବା କାଢ଼ି ୩ଜି ସବାରେ ରୁପାନ୍ତରିତ କରାଯାଇଛି। ଏହାର ସ୍ଥାୟୀ ସମାଧାନ କେନ୍ଦ୍ର ସରକାର ଲିଖିତ ଭାବେ ନଦେଲେ ଖୁବ ଶିଘ୍ର ଆନ୍ଦୋଳନ କରାଯିବ ବୋଲି ବିଜୁ ଛାତ୍ର ଜନତାର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ପ୍ରକାଶ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.