ପାତର ଡଙ୍ଗର ଓ ନୀଳଗିରି ବଗିଚାରେ ଲାଗିଲା ନିଆଁ, ଲୋକେ ଭୟଭୀତ

ଲାଞ୍ଜିଗଡ: ଲାଞ୍ଜିଗଡ ସହର ନିକଟସ୍ଥ ପାତର ଡଙ୍ଗର ଓ ଗୋବର୍ଦ୍ଧନପୁର ଗାଁରେ ଥିବା ନୀଳଗିରି ବଗିଚାରେ ପ୍ରବଳ ନିଆଁ ଲାଗି ରହିଥିବା ବେଳେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।ସୂଚନା ଅନୁସାରେ ଲାଞ୍ଜିଗଡ ସହର ରାଜା ପଡାର ହୁମାଝୁଲା ନିକଟରେ ଥିବା ପାତର ଡଙ୍ଗରରେ ଲାଗିଥିବା ନିଆଁ ଧୀରେ ଧୀରେ ହୁମାଝୁଲା ଗାଁ ପଟେ ବ୍ୟାପୁ ଥିବା ବେଳେ ଗାଁ ଲୋକେ ନିଆଁର ପ୍ରଖର ତାପ ଯୋଗୁଁ ଭୟଭୀତ ହୋଇ ପଢିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହା ପରେ ଗାଁ ଲୋକେ ଦିନ ୧୨ ଘଣ୍ଟା ସମୟରେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଓ ବେଦାନ୍ତ ଅଗ୍ନିଶମ ବିଭାଗକୁ ଜଣାଇବା ପରେ ଲାଞ୍ଜିଗଡ ସରକାରୀ ଫାୟାର ଅଫିସର ମନରଞ୍ଜ ପାଢ଼ୀ ଓ ବେଦାନ୍ତ ଫାୟାର ଅଫିସର ଭବାନୀ ଶଙ୍କର ନନ୍ଦଙ୍କ ନେତୃତ୍ୱରେ ଉଭୟ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Udyog Nursery
Udyogi Nursery

ସେହିପରି ଶୁକ୍ରବାର ସକାଳେ ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଠାରେ ଥିବା ୨୨ ଏକର ପରିମିତ ନୀଳଗିରି ବଗିଚାରେ ନିଆଁ ଲାଗି ଯାଇଥିଲା।ନିଆଁର ପ୍ରଖର ତାପ ଯୋଗୁଁ ଲୋକେ ନିଆଁ ଲିଭାଇବାକୁ ସାହସ କରିପାରୁନଥିବାବେଳେ ଭୟଭୀତ ଅବସ୍ଥାରେ ଗ୍ରାମବାସୀ ରହିଥିଲେ।ଦୁଇ ଜଣ ଚାଷୀଙ୍କ ୨୨ ଏକର ନୀଳଗିରି ବଗିଚାରେ ନିଆଁ ଲାଗି ରହିଥିବା ବେଳେ ବହୁ ସଂଖ୍ୟକ ନୀଳଗିରି ଗଛ ପୋଡି ଯାଉଥିବା ବେଳେ ଅଗ୍ନିଶମ ବିଭାଗ ନିକଟରେ ଗାଁ ଲୋକେ ଅଭିଯୋଗ କରିଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ସହ ଧର୍ମେନ୍ଦ୍ର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.