ଗ୍ରୀଷ୍ମ ଆରମ୍ଭରୁ ଜଳକଷ୍ଟ: ନଳକୂପ ଅଚଳ, ପାଣି ପାଇଁ ଲୋକେ ହନ୍ତସନ୍ତ

କୋକସରା,(ହିରଣ୍ୟ ବେହେରା): ଧିରେଧିରେ ଖରାର ଉତ୍ତାପ ବଢିବାସହ କନ୍ଦାଗୁଡାରେ ଜଳକଷ୍ଟ ଅସହ୍ୟ ହୋଇପଡ଼ିଛି। ପାନୀୟ ଜଳ ପାଇଁ ଡହକ ବିକଳ ହେଉଛନ୍ତି ଗ୍ରାମର ଗୈାନ୍ତିଆ ପଡାବାସୀ। କୋକସରା ବ୍ଲକ ଆମପାଣି ପଞ୍ଚାୟତର କନ୍ଦାଗଡ ଗୌନ୍ତିଆ ପଡାରେ ଥିବା ଏକ ନଳକୂପ ପ୍ରାୟ ୧୫ଦିନ ହେଲାଣି ଅଚଳ ହୋଇପଡିଛି। ଫଳରେ ପଡାବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ଏନେଇ ପଡାବାସୀ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇଥିଲେ ବି ମରାମତି କରିବା ଦିଗରେ କୈାଣସି ଦୃଷ୍ଟି ଦେଉ ନାହାଁନ୍ତି। ଏହି ନଳକୂପ ଉପରେ ୬୦ ପରିବାରର ୨ଶହରୁ ଉର୍ଦ୍ଧ ଲୋକେ ନିର୍ଭର କରିଥାନ୍ତି। ପ୍ରାୟ ୧୫ଦିନ ହେଲା ନଳକୂପ ଅଚଳ ହେବା ଫଳରେ ପଡାବାସୀ ପାନୀୟ ଜଳ ଟିକକ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ୧.କିମି ଦୁରରେ ଥିବା ଟିକ୍ରାପଡା ନଳକୂପରୁ ପାଣି ସଂଗ୍ରହ କରୁଥିବା ମିନୀକେତନ ମାଝୀ, ଧନୁର୍ଯ୍ୟ ପୁଝାରୀ, ନିରଞ୍ଜନ ନାଏକ, ଶ୍ରୀରାମ ମାଝୀ, କୁସୁମା ମାଝୀ, ଦେବକି ମାଝୀ, ପୁନେ ମାଝୀ, ବେଲ ମାଝୀ, ସେବତି ମାଝୀ ପ୍ରମୁଖ ପଡାବାସୀ ପ୍ରକାଶ କରିଛନ୍ତି। ଏନେଇ କୋକସରା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଯଶୋବନ୍ତି ଭୋଇଙ୍କୁ ପଚାରିବାରୁ ଆମର ପାଖରେ ଖବର ଆସିଛି କାଲି ସୁଦ୍ଧା ମରାମତି କରି ଦିଆଯିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.