● ଦାଦୀଙ୍କ ଜୀବନ ହିଁ ଆମ ପାଇଁ ପ୍ରେରଣାର ଉତ୍ସ
ଭବାନୀପାଟଣା: ବ୍ରହ୍ମାକୁମାରୀଜ୍’ର ପୂର୍ବତନ ମୁଖ୍ୟ ରାଜଯୋଗିନୀ ଦାଦୀ ଡ. ଜାନକୀ ଜୀ ନାରୀ ଶକ୍ତିର ଏକ ପ୍ରଖର ଉଦାହରଣ। ଅଳ୍ପ ପାଠ ପଢ଼ିଥିଲେ ସୁଦ୍ଧା ସେ ୧୪୨ଟି ଦେଶରେ ଯୋଗ ଓ ଅଧ୍ୟାତ୍ମର ପ୍ରସାର ପାଇଁ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପ୍ରତିଷ୍ଠା କରି ଉଦାହରଣ ସୃଷ୍ଟି କରିଥିଲେ। ତାଙ୍କ ବାଣୀ ଯେପରି ପ୍ରେରଣାଦାୟୀ, ତାଙ୍କ ଜୀବନ ବି ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ରାଜଯୋଗିନୀ ଦାଦୀ ଜାନକୀ ଜୀଙ୍କ ପ୍ରଥମ ମହାପ୍ରୟାଣ ଦିବସ ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ସ୍ଥାନୀୟ ଦେୱାନ ସାହେବ ପଡ଼ା ସ୍ଥିତ ବ୍ରହ୍ମାକୁମାରୀ ସେବାକେନ୍ଦ୍ର ପରିସରରେ ଆୟୋଜିତ ସମାରୋହରେ ସେବାକେନ୍ଦ୍ରର ପରିଚାଳିକା ବ୍ରହ୍ମାକୁମାରୀ ଶଶୀ ଭଉଣୀ ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ ଓ ଯୁବ ଲେଖକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଂଚାସୀନ ଥିଲେ। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବ୍ରହ୍ମାକୁମାର ମାନସ ଭାଇ। ଏଥିରେ ବ୍ରହ୍ମାକୁମାର ସୁବାସ ଭାଇ, ସନାତନ ଭାଇ, ଜଗଦୀଶ ଭାଇ, କେଶବ ଭାଇ ପ୍ରମୁଖ ସହଯୋଗ କରିଥିଲେ।