ଜିଲ୍ଳାସ୍ତରୀୟ ଉତ୍କଳ ଦିବସ ପାଳନ ଉପଲକ୍ଷେ ଓଡିଆ ବକୃତା ପ୍ରତିଯୋଗିତା

ରାୟଗଡ, (ଶିବ ନାରାୟଣ ଗୈାଡ): ରାୟଗଡ ଜିଲ୍ଳାସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ଓଡିଆ ଭାଷାରେ ହାଇସ୍କୁଲ ସ୍ତରରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି । ଏଥିରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ପ୍ରତିଯୋଗିତାରେ ରାୟଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମଧୁସ୍ମିତା ପାଣିଗ୍ରାହୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାୟଗଡ ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀ ଛାତ୍ରୀ ତନୁଶ୍ରୀ ନାୟକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାୟଗଡ ଗୋବିନ୍ଦ ଚନ୍ଦ୍ର ଦେବ (ଜିସିଡି) ଜିଲ୍ଳା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ମୁକେଶ ନାଏକ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।


ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କର, ବାଳକୃଷ୍ଣ ମିଶ୍ର ଓ ବରିଷ୍ଠ ଓକିଲ ଲାବଣ୍ୟମୋହନ ପଟ୍ଟନାୟକ ଯୋଗ ଦେଇଥିଲେ । ସେହିପରି ବକୃତା ପ୍ରତିଯୋଗିତାଟି ଜିସିଡି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶୀଭୂଷଣ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅଶୋକ କୁମାର ଦାସ ପରିଚାଳନା କରିଥିବା ବେଳେ ଶିକ୍ଷକ ଅଜୟ ମିଶ୍ର ଓ କ୍ରୀଡା ଶିକ୍ଷକ ସୁନୀଲ କୁମାର ମହାନ୍ତ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.