ଉତ୍କଳ ଦିବସ, ମହା ବିଷୁବ ସଂକ୍ରାନ୍ତି ସହ ଅନ୍ୟାନ୍ୟ ଉତ୍ସବ ଗୁଡିକରେ ଲାଗିଲା କଟକଣା

କୋଭିଡ-୧୯ନିର୍ଦ୍ଦେଶାବଳୀ ଉଲଂଘନ ହେଲେ ହେବ କାର୍ଯ୍ୟାନୁଷ୍ଠାନ -ଜିଲ୍ଳାପାଳ

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱକୁ ପୁଣିଥରେ ଦୋହାଲାଇ ଦେଉଥିବା ବେଳେ ଓଡିଶାରେ ମଧ୍ୟ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ-୧୯ କଟକଣାକୁ ବାଧ୍ୟତାମୂଳକ ଭାବେ ପାଳନ କରିବାକୁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି । କୋଭିଡ୍‌-୧୯ ଭାଇରସ ଠାରୁ ରକ୍ଷା ପାଇବା ପାଇଁ ଓଡିଶାରେ ଟୀକାକରଣ ଜାରି ରହିଥିବା ବେଳେ ଅନ୍ୟ ରାଜ୍ୟଗୁଡିକରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ଅନେକ ଲୋକେ ସଂକ୍ରମିତ ହେବା ସହ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ଜନଗହଳି ହେବା ଭଳି କାର୍ଯ୍ୟକ୍ରମଗୁଡିକୁ କୋଭିଡ-୧୯ ନିର୍ଦ୍ଦେଶାବଳୀ ମଧ୍ୟରେ ରହି ପାଳିବାକୁ ରାୟଗଡ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଜିଲ୍ଳାରେ କଟକଣା ଲଗାଇଛନ୍ତି ।


ଆସନ୍ତା ଏପ୍ରିଲ ୧ତାରିଖରେ ପବିତ୍ର ଉତ୍କଳ ଦିବସକୁ ମଧ୍ୟ କୋଭିଡ ନିୟମାବଳୀ ମଧ୍ୟରେ ପାଳନ କରିବାକୁ ଜିଲ୍ଳାପାଳ ନିର୍ଦ୍ଦେଶ ଜାରି କରିଥିବା ବେଳେ ଉପଜିଲ୍ଳାପାଳଙ୍କ ଠାରୁ ଅନୁମତି ନେଇ ଘରୋଇ ଅନୁଷ୍ଠାନଗୁଡିକ ସୀମିତ ସଂଖ୍ୟାରେ ପାଳନ କରିବାକୁ ନିର୍ଦ୍ଦେଶାନାମାରେ ଉଲ୍ଳେଖ କରାଯାଇଛି । ତେବେ କୈାଣସି ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ପ୍ରଦାନ କରାଯିବ ନାହିଁ ବୋଲି ଜିଲ୍ଳାପାଳ ନିର୍ଦ୍ଦେଶ କରିଛନ୍ତି । ସେହିପରି ଜନ ସମାବେଶ ଭଳି ଉତ୍ସବ ଗୁଡ୍ ଫ୍ରାଇଡେ, ଇଷ୍ଟର, ମହା ବିଷୁବ ସଂକ୍ରାନ୍ତି, ଝାମୁଯାତ୍ରା, ଦଣ୍ଡଯାତ୍ରା ଏବଂ ରାମ ନବମୀ ଆଦି ସାଧାରଣ ସ୍ଥାନରେ ପାଳନ କରାଯିବାରେ ମଧ୍ୟ କଟକଣା ଲାଗିଛି ।


ସେହିପରି ମନ୍ଦିର, ଚର୍ଚ୍ଚ, ମସଜିଦ୍ ସହ ଅନ୍ୟ ଧାର୍ମିକ ସ୍ଥାନଗୁଡିକରେ ମଧ୍ୟ କୋଭିଡ୍ ନିୟମାବଳୀ ଅନୁଯାୟୀ ସୀମିତ ସଂଖ୍ୟା ଶ୍ରଦ୍ଧାଳୁଙ୍କ ନେଇ ନିୟମିତ ପୂଜାର୍ଚ୍ଚନା କରାଯିବ । ବିଶେଷ କରି ଧାର୍ମିକ ସ୍ଥାନଗୁଡିକର ପରିବେଷ୍ଠିତ ପ୍ରାଙ୍ଗଣରେ ଧାର୍ଯ୍ୟ ସଂଖ୍ୟାର ୫୦ପ୍ରତିଶତ ଶ୍ରଦ୍ଧାଳୁଙ୍କୁ ନେଇ ଏବଂ ସାଧାରଣ ସ୍ଥାନରେ ୨୦୦ରୁ ଅଧିକ ଜନସମାବେଶ ନ କରି କୋଭିଡ-୧୯ ନିର୍ଦ୍ଦେଶାବଳୀ କଟକଣା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବା ପାଇଁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଚିିଠି ସଂଖ୍ୟାରେ ୫୭୪/ ତା.୨୬/୩/୨୧ ରିଖରେ ଜିଲ୍ଳାପାଳ ଉଲ୍ଳେଖ କରିଛନ୍ତି । ଯଦି କୈାଣସି ଉତ୍ସବ ପାଳନ କାର୍ଯ୍ୟକ୍ରମରେ ତଥା ଧାର୍ମିକ ସ୍ଥାନଗୁଡିକରେ କୋଭିଡ-୧୯ ନିର୍ଦ୍ଦେଶାବଳୀ କଟକଣାର ଉଲଂଘନ ହୁଏ ତାହାହେଲେ ସଂପୃକ୍ତ ପରିଚାଳନା ଟ୍ୟଷ୍ଟି ତଥା ଅନୁଷ୍ଠାନ ଦାୟୀ ରହିବେ ଏବଂ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ନିର୍ଦ୍ଦେଶ ଜାରି କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.