ନୂତନ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ କାର୍ଯ୍ୟରେ ଯୋଗଦାନ

ବୌଦ୍ଧ: ବୌଦ୍ଧଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବରେ ରୀତାକାନ୍ତି ବଳିଆରସିଂ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଦୀର୍ଘ ବର୍ଷ ହେଲା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ବୌଦ୍ଧରେ ଏହି ପଦବୀରେ କାହାକୁ ନିଯୁକ୍ତ କରିନଥିବାରୁ ସ୍ଥାନୀୟ ଅଧିକାରୀମାନଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଜିଲ୍ଲାପାଳ ପ୍ରଦାନ କରୁଥିଲେ। ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିକଟରେ ଜଏନିଂ ରିପୋର୍ଟ ଦେବା ପରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଭାରପ୍ରାପ୍ତ ଦାୟିତ୍ୱରେ ଥିବା ଡେପୁଟି କଲେକ୍ଟର ବିରଞ୍ଚି ଧରୁଆଙ୍କ ଠାରୁ ସେ ଆଜି ପୁର୍ବାହ୍ନରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରୀତାକାନ୍ତି ବଳିଆରସିଂ ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ଉପଖଣ୍ଡ ସୁଚନା ଓ ଲୋକସଂପର୍କ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବାବେଳେ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବୀକୁ ଭାରପ୍ରାପ୍ତ ଦାୟିତ୍ୱରେ ବୌଦ୍ଧକୁ ବଦଳି ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାର ମୂଳ ବାସିନ୍ଦା ହୋଇଥିଲେ ମଧ୍ୟ ବଲାଙ୍ଗୀର ଠାରେ ସ୍ଥାୟୀ ଭାବରେ ସପରିବାର ବାସ କରୁଥିବା ସୁଚନା ଦେଇଛନ୍ତି। ତାଙ୍କର ଯୋଗଦାନ ପରେ ବୌଦ୍ଧ ଜିଲ୍ଲାରେ ବିଭାଗ ସକ୍ରିୟ ହେବ ବୋଲି ଆଶା କରାଯାଉଛି। ସମସ୍ତଙ୍କର ସାହାଯ୍ୟ ସହଯୋଗରେ ସେ ବିଭାଗର କାର୍ଯ୍ୟ ଆଗେଇ ନେବେ ବୋଲି ଆଶା ରଖିଥିବା ପ୍ରକାଶ କରିଛନ୍ତି।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.