ଗୁରୁବାର ଠାରୁ ନିୟମ ଉଲ୍ଲଂଘନକାରୀ ଭରିବେ ଜୋରିମାନା, ପାଇବେ ଦଣ୍ଡ
ବୌଦ୍ଧ: ବୌଦ୍ଧ ପୋଲିସ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ମାସ୍କ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜନଗହଳିପୁର୍ଣ୍ଣ ସ୍ଥାନ, ଛକ ଓ ବସଷ୍ଟାଣ୍ଡ ଆଦିରେ ଲୋକେ ମାସ୍କ ନପିନ୍ଧି ଏବଂ ସାମାଜିକ ଦୂରତା ନମାନି ଏକାଠି ହେଉଥିବାରୁ ବିଭିନ୍ନ ଥାନା ଅଞ୍ଚଳରେ ଲୋକଙ୍କୁ ସଚେତନ କରାଇଥିଲେ । ଆସନ୍ତା କାଲିଠାରୁ ମାସ୍କ ଓ ସାମାଜିକ ଦୂରତା ରଖିବା ଉପରେ ପୋଲିସ ପକ୍ଷରୁ ଯାଞ୍ଚ କଡାକଡି କରାଯିବ ଓ ନିୟମ ଉଲ୍ଲଂଘନକାରୀ ମାନଙ୍କୁ ଜୋରିମାନା ଓ ଦଣ୍ଡ ଦିଆଯିବ ବୋଲି ସୁଚନା ମିଳିଛି ।
ଆଜି ବୌଦ୍ଧ ବସଷ୍ଟାଣ୍ଡରେ ଆରକ୍ଷୀ ଅଧୀକ୍ଷକ ଭି.ରଘୁନାଥ ରାଓ ଓ ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ତପସ୍ୱିନୀ କହଁରଙ୍କ ସମେତ ବିଭିନ୍ନ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମିଳିତ ଭାବରେ ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଥିଲା । ଗାଡିର ଡ୍ରାଇଭର ହେଲପରମାନଙ୍କୁ ସିଟ୍ ଅନୁଯାୟୀ ପେସେଞ୍ଜର ବସାଇବାକୁ, ମାସ୍କ ପରିଧାନ ଓ ଓଭରଲୋଡିଂ ନ କରିବାକୁ ଥାନା ଅଧିକାରୀ ପରାମର୍ଶ ଦେଇଥିଲେ ।
ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ OdiaBarta.in