ଫୁଲବାଣି,୫/୧: ନିମ୍ନ ମାନର ରାସ୍ତାକାମ ସହ ସ୍ଥାନୀୟ ଲୋକଙ୍କୁ କାର୍ଯ୍ୟରେ ନଲଗାଇବା ପ୍ରତିବାଦରେ ଠିକାଦାରଙ୍କ ଗାଡି ପୋଡିଛନ୍ତି ମାଓବାଦୀ । ଘଟଣା ଛଟିଛି କନ୍ଧମାଳ ଜିଲ୍ଲାରେ । ଏହି ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ବେଲଘରଠାରୁ ଝିରିପାଣି ରାସ୍ତାରେ ପୋଲ ନିର୍ମାଣ ହେଉଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ୧ ହାଇଓ୍ବା, ୨ ଜେସିବି, ୧ ମିକ୍ସର ମେଶିନ, ଟ୍ରାକ୍ଟର ଓ ଟ୍ରେଲରକୁ ପୋଡିଦେଇଛନ୍ତି ଲାଲ୍ ବାହିନୀ । ଏହାସହ ସେହି ସ୍ଥାନରେ ମାଓବାଦୀଙ୍କ ଏକ ହାତ ଲେଖା ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି ।
For latest news & views update
Click on bell button and subscribe to notifications.
Like us on facebook
Subscribe us on youtube