SPଙ୍କ ଭର୍ଚୁଆଲ କନଫ୍ରେରେନ୍ସ : ବରିଷ୍ଠ ଅଧିକାରୀ ଓ IIC ମାନଙ୍କ ସହ କୋଭିଡ କାର୍ଯ୍ୟକାରିିତାକୁ ନେଇ ସମୀକ୍ଷା

ରାୟଗଡ, (ଶିବ ନାରାୟଣ ଗୈାଡ): ମହାମାରୀ କରୋନାର ଦ୍ୱିତୀୟ ଲହରରେ ରାୟଗଡ ଜିଲ୍ଳାରେ ମଧ୍ୟ ଦିନକୁ ଦିନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜିଲ୍ଳାରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ କରିବା ସହ କୋଭିଡ-୧୯ ନିର୍ଦ୍ଦେଶାବଳୀ ପାଳନ ଏବଂ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦିନରାତି ଜିଲ୍ଳାବାସୀଙ୍କୁ ସଚେତନ କରି କୋଭିଡ କାର୍ଯ୍ୟରେ ନିୟୋଜିତ ରହିଥିବା ଜିଲ୍ଳା ପୋଲିସ କର୍ମଚାରୀଙ୍କ ଭୂମିକା ଓ ଦାୟିତ୍ୱ ନିର୍ବାହ ବେଶ୍ ପ୍ରଶଂସନୀୟ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ମହାମାରୀ ସମୟରେ କୋଭିଡ ଡ୍ୟିୁଟିରେ ଥିବା ପୋଲିସ କର୍ମଚାରୀମାନେ କୋଭିଡ ସୁରକ୍ଷା ଓ ସାବଧାନତା ଉପରେ ଗୁରୁତ୍ୱ ଦେଇ ନିଜକୁ ମଧ୍ୟ ସନ୍ଦିଗ୍ଧ ସଂକ୍ରମିତଙ୍କ ଠାରୁ କିପରି ଦୂରେଇ ରଖିପାରିବେ ଏ ନେଇ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ଭର୍ଚୁଆଲ କନଫ୍ରେରେନ୍ସ ମାଧ୍ୟମରେ ଜିଲ୍ଳାର ସମସ୍ତ ଥାନା ଅଧିକାରୀ (ଆଇଆଇସି) ଏବଂ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏଥିସହ ଜିଲ୍ଳାରେ କୋଭିଡ କାର୍ଯ୍ୟକାରିତା, ପୋଲିସ କର୍ମଚାରୀଙ୍କ କଲ୍ୟାଣ, ନିୟୋଜନ, ଅପରାଧ ଏବଂ ଆଇନ ଶୃଙ୍ଖଳା ବିଷୟରେ ମଧ୍ୟ ସମୀକ୍ଷା କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.