୨ଫୁଟ ଲମ୍ବର ନାଗ ସାପ ଉଦ୍ଧାର

କୋରାପୁଟ, ( ତ୍ରିନାଥ ପଟ୍ଟନାୟକ) : କୋରାପୁଟ ବନଭାରତୀ କଲୋନୀ ଅଂଚଳରୁ ଏକ ୨ଫୁଟ ଲମ୍ବର ନାଗ ସାପ ଉଦ୍ଧାର ହୋଇଛି। ଉଦ୍ଧାର ନାଗସାପକୁ ସ୍ନେକ ହେଲ୍ପ ଲାଇନର ମେମ୍ବର ସୁରେଶ ସୁରକ୍ଷିତ ଭାବରେ ନିକଟସ୍ଥ ଜଙ୍ଗଲରେ ଛାଡିଥିବା ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ, ବନଭାରତୀ କଲୋନୀର ସୁରେନ୍ଦ୍ର କୁମାର କରଙ୍କୁ ଘର ଅଗଣାରେ ଏହି ସାପଟି ଖେଳୁଥିଲା। ଘର ଅଗଣାରେ ବିଷ ଧର ନାଗ ସାପ ଥିବା ଦେଖି ସେ ପରିବାରବର୍ଗଙ୍କୁ ସେପଟେ ଯିବା ପାଇଁ ବାରଣ କରିବା ସହ ଶ୍ରୀଯୁକ୍ତ କରଙ୍କ ପୁଅ ଅଭିଜିତ କର ଏ ନେଇ ସୁରେଶଙ୍କୁ ଖବର ଦେଇଥିଲେ। ସୁରେଶ ଖବର ପାଇ ତୁରନ୍ତ ସେଠାକୁ ପହଞ୍ଚି ସାପକୁ ସୁରକ୍ଷିତ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.