ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଭୁବନେଶ୍ୱର: ଜାତି ଆଧାରିତ ଜନଗଣନା, ତିନି ଗୋଟି କୃଷି କଳା ଆଇନ୍ ପ୍ରତ୍ୟାହାର ଏବଂ ନିର୍ବାଚନରେ ବେଲେଟେ ପେପର୍ ବ୍ୟବହାର ପାଇ ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚୌଧୁରୀ ବିକାଶ ପଟେଲଙ୍କ ଆହ୍ବାନରେ ଭାରତର ୫୫୦ ଜିଲ୍ଲାର ଜିଲ୍ଲାପଳମାନଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଇଛନ୍ତି। ଓଡିଶାରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବଙ୍କ ତତ୍ତ୍ଵବଧାନରେ ରାଜ୍ୟର କଟକ, ବାଲେଶ୍ଵର, କନ୍ଧମାଳ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାଗିରି, ନବରଙ୍ଗପୁର, କରପୁଟ, ବଲାଙ୍ଗୀର, ନୂଆପଡ଼ା ଆଦି ଜିଲ୍ଲାରେ ଦାବୀପତ୍ର ପ୍ରଦାନ କରାଯାଇଥିଲା।

Omkar Vasthu
Omkar Vasthu


ସେହି କ୍ରମରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲା ସଭାପତି ତୁଳମଣି ନାଗଙ୍କ ନେତୃତ୍ୱରେ ଆଜି କଳାହାଣ୍ଡି ଜିଲ୍ଲାପାଳଙ୍କ ବାସଗୃହକୁ ଯାଇ ମହମିହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଆଦିତ୍ୟ ହଂସ ଯାଦବ, କିଷନ ମୋର୍ଚ୍ଚା ଜିଲ୍ଲା ସଭାପତି ମନୁହର ହରପାଲ, ପୂର୍ବତନ ସଭାପତି କୀର୍ତ୍ତି ଚନ୍ଦ୍ର ଗଉଡ, ଭାରତ ମୁକ୍ତି ମୋର୍ଚ୍ଚା ସଭାପତି ସଞ୍ଜୟ ଶବର, ପୂର୍ଣ୍ଣଚନ୍ଦ୍ର ବାଗ, ଅହିଧ୍ୱାଜ ନାଗ, ବନମାଳୀ ନାୟକ, ବିଏମପି ରାଜ୍ୟ ସାଧାରଣ ସମ୍ପାଦକ ମହେନ୍ଦ୍ର ଧଙ୍ଗଡା ମାଝୀ, କଳିମ ମୁଲ୍ଲା ଖାନ, ଅଶ୍ଵିନ ଚନ୍ଦନ, ଅଭି ନାଏକ, ଟିକଚନ୍ଦ୍ର ଗଉଡ, କୀର୍ତ୍ତନ ନାଏକ ପ୍ରମୁଖ ଦାବୀପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।ଜାତି ଆଧାରିତ ଜନଗଣନା,ସତିନି ଗୋଟି କୃଷି କଲା ଆଇନ୍ ପ୍ରତ୍ୟାହାର ଏବଂ ନିର୍ବାଚନ ରେ ବେଲେଟେ ପେପର୍ ବ୍ୟବହାର ନ କଲେ ଆଗାମୀ ଦିନରେ ରାଜ ରାସ୍ତା ନିଆ ଜାଳିବା ହସ ଜିଲ୍ଲା ପାଳ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ ଉଗ୍ରରୂପ ଧାରଣ କରି ବୋଲି ଜିଲ୍ଲା ସଭାପତି ପ୍ରକାଶ କରିଛନ୍ତି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.