ମହୁରି-୨୦୨୧ର ଶାରଦୀୟ ସଂଖ୍ୟା ଲୋକାର୍ପିତ

ଭବାନୀପାଟଣା: କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ମହୁରି ପତ୍ରିକାର ଚଳିତ ବର୍ଷର ପୂଜା ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ପବିତ୍ର ମହାନବମୀ ତିଥିରେ ମହୁରିର ମୁଖ୍ୟ ସଂପାଦକ ଭବାନୀଶଙ୍କର ନିଆଲଙ୍କ ପୌରହିତ୍ୟରେ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅତିଥି ତଥା ଭବାନୀପାଟଣା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବଳୟ ଦେଉରି, ସମ୍ବାଦର ଜିଲ୍ଲା ପ୍ରତିନିଧି ଦେବେନ୍ଦ୍ର ବିଶି ଓ ସକାଳର ଜିଲ୍ଲା ପ୍ରତିନିଧି ସ୍ୱାଧୀନ ପାତ୍ରଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି ।


ଏହି ଉତ୍ସବର ପ୍ରାରମ୍ଭରେ ମହୁରି ସଂପାଦକ ସୁକାନ୍ତ ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ଅତିଥିମାନେ ମହୁରିର ଏକନିଷ୍ଠତା ତଥା ଯୁଗପୋଯୋଗୀ ସଂପାଦନାକୁ ପ୍ରଶଂସା କରିଥିଲେ । ମହୁରି ମୁଦ୍ରଣ ଶୈଳୀ, ଲେଖା ଚୟନ ଓ ଲେଖାଗୁଡ଼ିକର ଯଥାଯଥ ସ୍ଥାନ ପ୍ରଦାନକୁ ଅତିଥିମାନେ ଚର୍ଚ୍ଚା ପରିସରଭୁକ୍ତ କରିଥିଲେ । ମହୁରି ସମଗ୍ର ରାଜ୍ୟରେ ଯଥେଷ୍ଟ ପାଠକୀୟତା ହାସଲ କରିବ ବୋଲି ଉପସ୍ଥିତ ଅତିଥିଗଣ ଆଶା ପୋଷଣ କରିଥିଲେ । ଜଣେ ପାଠକ, ମହୁରି ପଢ଼ି କେବେ ବି ନିରାଶ ହେବ ନାହିଁ ବୋଲି ଅତିଥିମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ମହୁରି ପରିବାରର ନିରୋଜ ପଟ୍ଟନାୟକ, ଜ୍ୟୋତ୍ସ୍ନାମୟୀ ନିଆଲ, ବଙ୍କିମ ମୁଣ୍ଡ, ଡ. ତପନ ରଥ, ବିରଂଚି ନାରାୟଣ ମୁଣ୍ଡ, ସଂଜୀବ କୁମାର ପଣ୍ଡା, ସଂହିତା ରଥ, ପୁଣ୍ୟଦୀପା ଖମାରୀ, ସୁଧିର ସାହୁ, ମଧୁସ୍ମିତା ବାଗ, ସୁରଜିତ୍ ମଙ୍ଗରାଜ ଓ ଅନୁସୂୟା ସାହୁ ଯୋଗଦେଇଥିଲେ । ମହୁରିର ବରିଷ୍ଠ ସହ ସଂପାଦକ ସକିତ ରତେ ଧନ୍ୟବାଦ ଅର୍ପଣ କରିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.