ଟିଟିଲାଗଡରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର 

ଟିଟିଲାଗଡ,୨୭/୨: ନିର୍ବାଚନ ଯେତେ ପାଖେଇ ଆସୁଛି ଶାସକ ଦଳ ସେହି ପରିମାଣରେ ଯୋରଦାର କରୁଛି ଶିଳାନ୍ୟାସ ଓ ଉଦଘାଟନ । ନେତାମାନେ  କର୍ମୀ ଓ ଭୋଟରଙ୍କ ନିକଟତର ହେବାରେ ଲାଗିଛନ୍ତି। ଗତ ୪ ବର୍ଷ ମଧ୍ୟରେ ଯେତେ ଶିଳାନ୍ୟାସ ହୋଇଥିଲା ବର୍ତମାନ ସମୟରେ ସେହି ପରିମାଣ ବଢିବାରେ ଲାଗିଛି । ଗଡ ସଜାଡିବାରେ ଲାଗିଛନ୍ତି ବିଜେଡି ମୁଖିଆ ଓ ତାଙ୍କ ସେନାପତି ଗଣ । ଲୋକଙ୍କୁ ଆକୃଷ୍ଟ କରିବାପାଇଁ ପାଞ୍ଚ ବର୍ଷ ଶାସନର ଅନ୍ତିମ ପର୍ଯ୍ୟାୟରେ ଭେଟି ଦେଉଛନ୍ତି ବିଭିନ୍ନ ଯୋଜନା ବା ପ୍ରକଳ୍ପ ।

Omkar Vasthu
Omkar Vasthu

ଏହି ପରିପ୍ରେକ୍ଷିରେ ଟିଟିଲାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେଡି ଖେଲିଛି ମାଷ୍ଟର ଷ୍ଟ୍ରୋକ। ନବୀନଙ୍କ ପ୍ରତିବଦ୍ଧତା-ବିକଶିତ ଓ ପ୍ରଗତିଶୀଳ ଟିଟିଲାଗଡ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ,ଓଡିଶା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ବଲାଂଗିର ଲୋକସଭା ସାଂସଦ ଶ୍ରୀଯୁକ୍ତ କଲିକେଶ ନାରାୟଣ ସିଂଦେଓ ଓ ଟିଟିଲାଗଡ ବିଧାୟିକା ଶ୍ରୀମତୀ ଟୁକୁନୀ ସାହୁ ଯୋଗଦେଇ ବିଭିନ୍ନ କାର୍ଯ୍ୟକ୍ରମର ଶିଳାନ୍ୟାସ ଓ ଶୁଭାରମ୍ଭ କରିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଟିଟିଲାଗଡ ବ୍ଲକର ସଗଡଘାଟ ଠାରେ ସରକାରୀ ଶିଳ୍ପ ତାଲିମ୍ ଅନୁଷ୍ଠାନ ୮ କୋଟି, ଚାରଭଟା ବସଷ୍ଟାଣ୍ଡ ୭୫ ଲକ୍ଷ, ଦେଓବନ୍ଧ ପାର୍ଶ୍ବରେ ସୁଇମିଙ୍ଗ ପୁଲ ୯୭ ଲକ୍ଷ, ଖୋଲାଣ-ଲିମପଡା ଉନ୍ଦେର ସେତୁ ୧୭ କୋଟି ଆଦି ଶିଳାନ୍ୟାସ କରିଥିବା ବେଳେ ସିଟି ସ୍କୁଲ୍ ପାର୍ଶ୍ଵରେ ହୋଇଥିବା ମିନି ଷ୍ଟାଡିୟମ, ଦେସିଲ୍ ରାସ୍ତା ପାର୍ଶ୍ବରେ ଥିବା ଯାଦବ ଭବନ, ନାରେନ ଠାରେ ସୁ-ଉଚ୍ଚ ପାଣି ଟାଂକି, ସିହିନି ରାସ୍ତା ତଥା ସିହିନି ଠାରେ ନିର୍ମିତ ସେତୁ ଓ ଦେଓବନ୍ଧ ପାର୍ଶ୍ବରେ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ର ଶୁଭ ଉଦଘାଟନ କରିଥିଲେ ।

Udyog Nursery
Udyogi Nursery

ଶୁଭାରମ୍ଭ ହୋଇଥିବା କଲ୍ୟାଣ ମଣ୍ଡପ ଠାରେ ମାନ୍ୟବର ମନ୍ତ୍ରୀ, ସାଂସଦ ଓ ବିଧାୟିକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ, ଜିଲ୍ଲା ନଗର ଉନ୍ନୟନ ବିଭାଗ ଶ୍ରୀମତୀ ଯୁଗଳେଶ୍ବରୀ ଦାସ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରମାକାନ୍ତୀ ପୁଟେଲ, ପୌରପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୋବର୍ଦ୍ଧନ ନାଗ, ଉପାଧ୍ୟକ୍ଷା ଶ୍ରୀମତୀ ଅଞ୍ଜନା ବର୍ମା, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଶ୍ରୀ ସୁମନ୍ତ ସାହୁ, ଯୁବ ନେତା ଶ୍ରୀଯୁକ୍ତ ରୁଟୁ ବାଗ ପ୍ରମୁଖ ଉପସ୍ଥିତ ଥିବାବେଳେ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଓ ଜନସାଧାରଣ  ଉପସ୍ଥିତ ଥିଲେ ।

ଟିଟିଲାଗଡରୁ ଭିଷ୍ମସେନ ମହାକୁରଙ୍କ ପିରୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.