ସର୍ଟ ସର୍କିଟରେ ଲାଗିଲା ନିଆଁ : ଟିଭି ସମେତ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ପାେଡିଗଲା

ରାୟଗଡା,୨୮/୨:  ସ୍ଥାନୀୟ ଆଞ୍ଜିଆପେଟାରେ ରହୁଥିବା ପି.ରାମାରାଓଙ୍କ ଘରେ ଆଜି ସକାଳେ କୈାଣସି କାରଣରୁ ସର୍ଟ ସର୍କିଟ ଯୋଗୁଁ ସୁଇଚ୍ ବୋର୍ଡରେ ସଂଯୋଗ ଥିବା ଟିଭି, ହୋମ ଥିୟଟର ଓ ଡିଭିଡି ଭଳି କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସଂପୂର୍ଣ୍ଣ ଭାବେ ଜଳିପୋଡି ନଷ୍ଟ ହୋଇ ଯାଇଛି। ଘର ଭିତରେ ହୁତୁହୁତୁ ହୋଇ ନିଆଁ ଜଳି ଧୂଆଁ ବାହାରୁଥିବା ଦେଖିବାକୁ ପାଇ ରାମାରାଓ ଓ ଆଖପାଖ ପଡୋଶିମାନେ ପାଣି ଢାଳି ନିଆକୁ ଆୟତ୍ତ କରିଥିବା ବେଳେ ଖବର ପାଇ ଦମକଳ ବାହିନୀ ଆସିବା ପୂର୍ବରୁ ନିଆଁ ଲିଭି ଯାଇଥିବା ସ୍ଥାନୀୟ ବାସିନ୍ଦାମାନେ ପ୍ରକାଶ କରିଛନ୍ତି । ତେବେ ଏହି ସମୟରେ ରାମାରାଓଙ୍କ ପରିବାର ର କେହି ହେଲେ ସଦସ୍ୟ ଘରେ ନ ଥିବାରୁ କାହାର କିଛି କ୍ଷତି ହୋଇ ନ ଥିବା ଜଣାପଡିଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.