ଜୟଦୁର୍ଗା ହାଇସ୍କୁଲରେ ଜାତୀୟ ବିଜ୍ଞାନ ଦିବସ ପାଳିତ

କଳାହାଣ୍ଡି,୨୮/୨: ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ୱମ୍ବର ଭୋଇ ଓ ମୁଖ୍ୟ ବକ୍ତା ଭାବେ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ମେରାଇନ ଇଂଜିନିୟର ଅନୁପମ ସାହୁ ଯୋଗଦାନ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଶିଷ୍ଟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଏହାପରେ ଜାତୀୟ ପର୍ଯ୍ୟାବରଣ ମିତ୍ର ପୁରସ୍କାରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ବିଜ୍ଞାନ ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ ୧୯୨୮ ମସିହା ଫେବୃୟାରୀ ୨୮ ତାରିଖରେ ବିଶିଷ୍ଟ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ ଆଲୋକ ସଂପର୍କିତ ତଥ୍ୟ “ରମଣ ପ୍ରଭାବ” ବା “ଆଲୋକର ବିଚ୍ଛୁରଣ” ଉପସ୍ଥାପନ କରିଥିଲେ । ତାଙ୍କର ଏହି ଆବିଷ୍କାର ଯୋଗୁଁ ୧୯୩୦ ମସିହାରେ ସେ ପଦାର୍ଥ ବିଜ୍ଞାନରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରସ୍କାର ନୋବେଲ ପୁରସ୍କାର ପାଇଥିଲେ । ତେଣୁ ତାଙ୍କର ଏଭଳି କୃତିକୁ ସମ୍ମାନ ଦେବା ସହ ଦେଶରେ ବୈଜ୍ଞାନିକ ଦୃଷ୍ଟିକୋଣର ପ୍ରଚାର ପ୍ରସାର ପାଇଁ ୧୯୮୭ ମସିହାରୁ ପ୍ରତି ବର୍ଷ ଫେବୃୟାରୀ ୨୮ ତାରିଖକୁ ଭାରତ ସରକାର “ଜାତୀୟ ବିଜ୍ଞାନ ଦିବସ” ରୂପେ ପାଳନ କରିବାକୁ ଘୋଷଣା କରିଛନ୍ତି । ଜାତୀୟ ବିଜ୍ଞାନ ଦିବସ-୨୦୧୯ ର ବିଷୟବସ୍ତୁ ହେଲା “ଲୋକଙ୍କ ପାଇଁ ବିଜ୍ଞାନ ଓ ବିଜ୍ଞାନ ପାଇଁ ଲୋକ” । ମଂଚାସୀନ ଅତିଥିମାନେ ମଧ୍ୟ ବିଜ୍ଞାନ ମଣିଷ ଆଖିରୁ ଅନ୍ଧକାର ଦୂର କରି ନୂତନ ଆଶା, ବିଶ୍ୱାସ ଓ ପ୍ରେରଣା ସୃଷ୍ଟି କରିପାରୁଛି, ତେଣୁ ତାର ଅବଦାନକୁ ଜନସାଧାରଣ ହାତଛଡା କରିବା ଉଚିତ୍ ନୁହେଁ ବୋଲି ମତ ପ୍ରକାଶ କରିଥିଲେ ।

ଏହି ଅବସରରେ ଆଶ୍ଚର୍ଯ୍ୟ ପଛର ବିଜ୍ଞାନ, ବିଜ୍ଞାନ ବକ୍ତୃତା, ବିଜ୍ଞାନ କ୍ୱିଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା ସବୁ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ସଫଳ ରୂପାୟନରେ ବାସୁଦେବ ସେନାପତି, ସୁବାସ ଚନ୍ଦ୍ର ବରାଡ଼, ନାରାୟଣ ପଧାନ, ପ୍ରେମାନଦ ନାଏକ, ଟୁକୁଲାଲ ନାଏକ, ଚକ୍ରଧର ସା, ଯୋଗେନ୍ଦ୍ରନାଥ ଜେନା ପ୍ରମୁଖ ସହଯୋଗ କରିଥିଲେ ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.