ରାୟଗଡରେ ରେଳବାଇର ନୂଆ ଡିଭିଜନ : ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ପରେ ଜିଲ୍ଳାବାସୀଙ୍କ ପକ୍ଷରୁ ଶୁଭେଚ୍ଛାର ବାର୍ତ୍ତା

ରାୟଗଡ,୨୮/୨ : ଦୀର୍ଘ ଦିନର ଦାବି ପୂରଣ କରିଥିବାରୁ କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟକୁ ରାୟଗଡ ଜିଲ୍ଳାବାସୀଙ୍କ ପକ୍ଷରୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି । ଗତ ବୁଧବାର ଦିନ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ଘୋଷଣା ରାୟଗଡରେ ନୂତନ ରେଳ ଡିଭିଜନ ସ୍ଥାପନା ପାଇଁ ସ୍ଥିର କରିଛି କେନ୍ଦ୍ର ରେଳ ମନ୍ତ୍ରଣାଳୟ । ଯାହାକି ପୂର୍ବତନ ରେଳପଥ ଅଧୀନରେ ରହିବ । ୱାଲଟିୟର ଡିଭିଜନକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଯଥାଶୀଘ୍ର ରାୟଗଡ ଡିଭିଜନ ପାଇଁ ସୀମା ନିର୍ଦ୍ଧାରଣ କରାଯିବ ।

Omkar Vasthu
Omkar Vasthu

ସେହିପରି ଆନ୍ଧ୍ର ପ୍ରଦେଶ ବିଭକ୍ତ ପରେ ନୂତନ ଆଇନ ଅନୁସାରେ ଏହି ଅଂଚଳକୁ ଦକ୍ଷିଣପଟ ରେଳପଥ ଘୋଷଣା କରାଯାଇଥିବା ନେଇ ସୂଚନା ଦିଆଯାଇଥିବା ବେଳେ ନୂତନ ଦକ୍ଷିଣପଟ ରେଳପଥର ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଟଣାମ୍ ରେ ରହିବ ଏବଂ ଗଂଟୁଖାଲ, ବିଜୟୱାଡା ଓ ଗୁଂଟୁର ଡିଭିଜନ ଦକ୍ଷିଣମଧ୍ୟ ରେଳପଥକୁ ଏହି ନୂତନ ରେଳପଥ ଅଧୀନକୁ ଅଣାଯାଇଛି । ସେହିପରି ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନର ଆନ୍ଧ୍ର ପ୍ରଦେଶର ଥିବା ଅଂଶକୁ ବିଜୟୱାଡା ଡିଭିଜନରେ ମିଶାଇ ଦିଆଯିବ ଓ ବାକି ଅଂଶ ନୂତନ ରେଳପଥ ରାୟଗଡା ଡିଭିଜନରେ ରହିବ । ତେବେ ରାୟଗଡା ଡିଭିଜନ ଅଧୀନରେ ଜଗଦଲପୁର, କୋରାପୁଟ, ସୁନାବେଡା, ଦାମନଯୋଡି, ସିଙ୍ଗାପୁର ରୋଡ ଷ୍ଟେସନ ସହ ଅନ୍ୟ କିଛି ଷ୍ଟେସନ ରହିବାକୁ ଥିବା ବେଳେ ଦକ୍ଷିଣମଧ୍ୟ ରେଳପଥ ଅଧୀନରେ ହାଇଦ୍ରାବାଦ, ସିକନ୍ଦ୍ରାବାଦ ଓ ନାନ୍ଦେଡ ରେଳ ଡିଭିଜନ ରହିବ ବୋଲି ଜଣାପଡିଛି ।

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଜିଲ୍ଳାବାସୀ ଜିଲ୍ଳା ସଦର ମହକୁମାରେ ରେଳବାଇ ପକ୍ଷରୁ ରାୟଗଡକୁ ଡିଭିଜନ ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷ ହେବ ଦାବି କରିଆସୁଥିଲେ । ଏପରିକି ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଳାର ସମସ୍ତ ରାଜନୈତିକ ଦଳର ବିଧାୟକ, ସାଂସଦ ତଥା ଜନପ୍ରତିିନିଧିମାନେ ଡିଭିଜନ ପାଇଁ ଦାବି କରିଆସୁଥିଲେ । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ, ବରିଷ୍ଠ ନାଗରିକ ବିନୋଦ ଚନ୍ଦ୍ର ପଣ୍ଡା, ବିଜେପି ନେତା କାଳୀରାମ ମାଝିଙ୍କ ସମେତ ବହୁ ବୁଦ୍ଧିଜୀବି, ସମାଜସେବୀମାନେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ନୂତନ ଡିଭିଜନ ଗଠନ ହେବା ଦ୍ୱାରା ଭିତିଭୂମିକୁ ସୁଦୃଢ କରି ରାୟଗଡରେ ରେଳବାଇ ପକ୍ଷରୁ ବହୁ ନିଯୁକ୍ତି ସୃ୍ଷ୍ଟି ହେବା, ନୂତନ ମେଡିକଲ, ରେଳବାଇ ତାଲିମ କେନ୍ଦ୍ର, ଅର୍ଥନୈତିକ ବୃଦ୍ଧି, ରାୟଗଡରୁ ଦେଶର ଯେକୈାଣସି ସ୍ଥାନକୁ ରେଳ ସଂଯୋଗୀକରଣ ସହ ଷ୍ଟେସନରେ ଅତ୍ୟାଧୁନିକ ଯାତ୍ରୀସେବା, ମାଗଣା ୱାଇଫାଇ, ପ୍ଳାଟଫର୍ମର ବୃଦ୍ଧି ଇତ୍ୟାଦି ଅନ୍ୟାନ୍ୟ ସମସ୍ତ ବିଷୟରେ ଜିଲ୍ଳାବାସୀ ଉପକୃତ ହୋଇପାରିବେ ଏବଂ ବିଶେଷ କରି ଥେରୁବାଲି-ଗୁଣପୁର-ନୈାପଡା ତଥା ଗୋପାଳପୁରକୁ ମଧ୍ୟ ନୂତନ ରେଳପଥର କାର୍ଯ୍ୟ ତ୍ୱରାନ୍ନିତ ହୋଇପାରିବ ବୋଲି ସମସ୍ତେ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ଅନ୍ୟପକ୍ଷରେ ମିଳିଥିବା ସୂଚନା ପ୍ରକାରେ ରାୟଗଡ ରେଳ ଷ୍ଟେସନରେ ମାସିକ ୫କୋଟି ହିସାବରେ ବାର୍ଷିକ ୬୦କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ରାଜସ୍ୱ ପ୍ରଦାନ କରାଯାଉଥିବା ବେଳେ ଡିଭିଜନ ହେବା ଦ୍ୱାରା ଏହାର ଦଶଗୁଣ ରାଜସ୍ୱ ବୃଦ୍ଧି ପାଇବ ବୋଲି ଜଣାପଡିଛି ।

ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.