ପ୍ରଭୁଦତ୍ତ ପ୍ରଧାନଙ୍କ କବିତା : ଫଗୁଣ

ସତରେ ନୁହେଁ, ସପନରେ ମୋର
କାଲି ଜଣେ ଆସିଥିଲା
ଦୁଇ ହାତେ ପୁଣି ଅବିରକୁ ଧରି
ଖିଲି ଖିଲି ହସୁଥିଲା…. !

Omkar Vasthu
Omkar Vasthu

ଅବିର ଆଣିଲା, ମୋ ଦେହେ ବୋଳିଲା
କାନେ ମୋର କହିଗଲା
ତୁମେ ଆସିବାକୁ, ଡେରି କଲ ବୋଲି
ମୋତେ ଆସିବାକୁ ହେଲା…. !

Pearl dental clinic
Near Ashish Medical Store, Bhawanipatna

ମୋ ନଜର ଯେବେ, ତା ଦେହେ ପଡିଲା
ସେ ଧଳା ଲୁଗା ପିନ୍ଧିଥିଲା
ମନରେ ଭାବିଲି,ମୁଁ ଅବିର ବୋଳିଲେ
ଏ ଲୁଗା ସବୁ ଦିନ ପାଇଁ,ମୋ ନାଁରେ ତ ହେଲା !

Udyog Nursery
Udyogi Nursery

ମନ କଥା ମୋର ବୁଝିସେ ଗଲା
ହାତ ଧରି ମୋ ଏକଥା କହିଲା

ହେ ମୋ ଫଗୁଣ
ତୁମ ପାଖରେ ମୁଁ ହେଲି ସମର୍ପଣ

ମୋ ଦେହେ ଲଗାଅ ଏମିତି ଅବିର
ମୁଁ ରଙ୍ଗେଇବାକୁ ଖୋଜୁଥିବି,
ତତେ ବାର ବାର…….
ତତେ ବାର ବାର……. !

ଦୁର୍ଗାପ୍ରସାଦ,ନୟାଗଡ

 

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.