କେସିଙ୍ଗା: ଉଦ୍ଘାଟିତ ହେଲା ନ୍ୟୁ ଲାଇଫ ମିଶନ ହସ୍ପିଟାଲ

କେସିଙ୍ଗା, (ମଧୂସୁଦନ ଠାକୁର): କଳାହାଣ୍ଡି ଜିଲା କେସିଙ୍ଗା ସହର ନିକଟସ୍ଥ କୁର୍ଲୁପଡାଠାରେ ନ୍ୟୁ ଲାଇଫ ମିଶନ ହସ୍ପିଟାଲର ଶୁଭ ଉଦଘାଟନ ହୋଇଯାଇଛି । ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଖ୍ୟାତ ଚିକିତ୍ସିକ ଡ଼ା. ହେମସାଗର ସାହା ଯୋଗଦେଇ ହସ୍ପିଟାଲର ଶୁଭ ଉଦ୍ଘାଟନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ନ୍ୟୁ ଲାଇଫ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ଵାରା ପରିବେଷିତ ହୋଇଥିଲା । ଉଦଘାଟନୀ ଉତ୍ସବରେ ଡା. ହେମସାଗର ସାହାଙ୍କ ସହ ଡ଼ା. ବାବୁଲାଲ ଅଗ୍ରୱାଲ, ଡା. ରଞ୍ଜନ ସିଂ, ଡା. ଦୀପ୍ତି ଅନମୋଲ, ଡ଼ା. ଆଲୋକ ପ୍ରମୁଖ ୩୦ ଉର୍ଦ୍ଧ୍ବ ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ପ୍ରବୀଣ କୁମାର ଶିପକା । ଏହି ହସ୍ପିଟାଲର ପ୍ରତିଷ୍ଠାତା ସିଆଁନି ହରପାଳ ଓ ପତ୍ନୀ ସୁଫଳା ହରପାଳଙ୍କ ଦୀର୍ଘ ୨୦ବର୍ଷର ସ୍ବପ୍ନ ପୂରଣ ହୋଇଛି ‌। ହସ୍ପିଟାଲ ଖୋଲି ଗରିବଙ୍କୁ ସେବା ଯୋଗାଇ ଦେବାପାଇଁ ସେମାନଙ୍କ ଯେଉଁ ଆକାଂକ୍ଷା ଓ ଅଭିଳାଷ ଥିଲା, ତାହା ଆଜି ପୂରଣ ହୋଇଛି । ଏହି ନ୍ୟୁ ଲାଇଫ ମିଶନ ହସ୍ପିଟାଲରେ ଶିଶୁ ରୋଗ ବିଶେଷଜ୍ଞଙ୍କ ଠାରୁ ଆରମ୍ଭ କରି ସ୍ତ୍ରୀ ରୋଗ ବିଶେଷଜ୍ଞ, ଆଖି, ନାକ ଓ କାନ ବିଶେଷଜ୍ଞ, ମେଡ଼ିସିନ ସ୍ପେସାଲିଷ୍ଟ ଆଦି ସମସ୍ତ ପ୍ରକାରର ସୁବିଧା ରହିଛି। ଏହା ସହିତ କେସିଙ୍ଗା ବୋରିଂପଦରଠାରେ ମଧ୍ୟ ଶିଶୁମାନଙ୍କ ପାଇଁ ଉତ୍ତମ ମାନର ଶିକ୍ଷା ନିମନ୍ତେ ନ୍ୟୁ ଲାଇଫ ସ୍କୁଲ ରହିଛି । ଏଠାରେ ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରା ଯାଉଛି । ଗତ ଲକ ଡାଉନ ସମୟରେ ପ୍ରତିଷ୍ଠାତା ସିଆଁନି ହରପାଳ ଅତି ଗୁରୁତର ଭାବେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ବିଶାଖାପାଟଣା ନେବା ସମୟରେ ପରିବାରବର୍ଗ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବିଶାଖାପାଟଣାରେ ଡାକ୍ତରଙ୍କ ପରା ମର୍ଶ କ୍ରମେ ଔଷଧ ମିଳିଲା ନାହିଁ । ପରେ ରାୟପୁର ଠାରୁ ବହୁ କଷ୍ଟରେ ଔଷଧ ମଗାଇ ଚିକିତ୍ସିତ ହୋଇ ଥିଲେ । ସେହି ଦିନ ଠାରୁ ଏକ ହସ୍ପିଟାଲ ଖୋଲିବା ପାଇଁ ପ୍ରତିଜ୍ଞା କରିଥିଲେ । ଆଜି ସେହି ପ୍ରତିଜ୍ଞା, ଆଶା ଓ ଆକାଂକ୍ଷା ପୂରାଣ ହୋଇଛି । ଏହି ନ୍ୟୁ ଲାଇଫ ମିଶନ ହସ୍ପିଟାଲରେ ନିର୍ଦେଶକ ଭାବେ ଡ଼ା. ଅନୀଲ ସିଂଙ୍କୁ ମିଶନ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.