ଓଭରବ୍ରିଜ ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ଵାରା ରାସ୍ତାରୋକ

କଳାହାଣ୍ଡି, (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ବିଜୁ ଏକ୍ସପ୍ରେସ ୱେ ନିକଟରେ ସ୍କୁଲ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ଵାରା ରାସ୍ତା ରୋକ କରାଯାଇଥିଲା । ସୂଚନାମତେ ଆମ୍ବଗୁଡାର ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ର ରହିଛି ଯାହା କି ବିଜୁ ଏକ୍ସପ୍ରେସ ୱେ ରାସ୍ତାକୁ କ୍ରସ କରି ଯିବାକୁ ପଡିଥାଏ । ଏହି ରାସ୍ତାଟି ଧର୍ମଗଡ଼-ସିନାପାଲି କୁ ସଂଯୋଗ କରୁଥିବା ବେଳେ ମୁଖ୍ୟ ରାସ୍ତା ହେତୁ ଦୈନନ୍ଦିନ ହଜାର ହଜାର ସଂଖ୍ୟକ ଯାନ ବାହାନ ଯିବା ଆସିବା କରିଥାଏ । ଅନେକ ସମୟରେ ସେହି ସ୍ଥାନରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି ତେଣୁ ଆଜି ୫ଦଫା ଦାବୀ ନେଇ ସ୍କୁଲ ର ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ରାଜ ରାସ୍ତାକୁ ଓହ୍ଲାଇଥିଲେ । ଦାବିପତ୍ରରୁ ପ୍ରକାଶ ଯେ ଆମ୍ବଗୁଡ଼ା ଛକ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଉପରେ ଓଭରବ୍ରିଜ ନିର୍ମାଣ । ରାସ୍ତା ଉଭୟ ପାର୍ଶ୍ଵରେ ବେରିକେଟ ନିର୍ମାଣ ଓ ଯାତ୍ରୀ ପ୍ରତିକ୍ଷାଳୟ ନିର୍ମାଣ । ଆମ୍ବଗୁଡା ଛକରେ ଟ୍ରାଫିକ ପୋଲିସର ବ୍ୟବସ୍ତା ସହିତ ଶୀତଳ ଭଣ୍ଡାର ପାନୀୟ ଜଳ ର ବ୍ୟବସ୍ତା କରିବା ଆଦି ୫ ଦଫା ଦାବି ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଦ୍ଵାରା ରାସ୍ତା ରୋକ କରାଯାଇଥିଲା । ଦୀର୍ଘ ୬ଘଣ୍ଟା ଧରି ମୁଖ୍ୟ ରାସ୍ତ କୁ ଅବରୋଧ କରି ନାରା ବାଜି କରି ନିଜ ହକରେ ଅଡ଼ି ବସିଥିଲେ ଯାହାରି ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଯାନବାହନ ଅଟକି ରହିଥିଲା । ସୁରକ୍ଷା ଦୃଷ୍ଟିରୁ ଗୋଲାମୁଣ୍ଡା ଥାନା ପୁଲିସ ଓ ଦଶପୁର ଫାଣ୍ଡିର ପୁଲିସ କର୍ମଚାରୀ ମାନେ ମୁତୟନ ହୋଇଥିଲେ । ଖବର ପାଇ ଘଟଣା ସ୍ଥଳକୁ ଧର୍ମଗଡ଼ ଉପଖଣ୍ଡ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଭୁବନେଶ୍ବର ଶବର ପହଁଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା କରି ପ୍ରତିଶ୍ରୁତି ଦେବା ପରେ ରାସ୍ତା ରୋକ ହଟିଥିଲା । ଏହି ଆନ୍ଦୋଳନରେ ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ, ଶରତ ସରାଫ, ଲଳିତ ସରାଫ, ସତ୍ୟାନନ୍ଦ ସରାଫ, ସନାତନ ସରାଫ, ବିଘ୍ନ ରାଜ ସରାଫ, ଲବଣି ସରାଫ, ତ୍ରିଲୋଚନ ପାତ୍ର, ଯଦୁମଣି ସରାଫ , ରାଜେଶ ବଗର୍ତ୍ତିଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.