ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କର୍ଲାମୁଣ୍ଡା ଓ ମ. ରାମପୁର ବ୍ଲକ ସୀମାରେ ଥିବା ଶାନ୍ତି ବନ ଠାରେ ଭୁବନେଶ୍ୱର ସ୍ଥିତ ନବଜ୍ୟୋତି ବିଜ୍ଞାନ କଲେଜ ପକ୍ଷରୁ କଳାହାଣ୍ଡି ଜିଲ୍ଲାର ଅଭିଭାବକ/ଅଭିଭାବିକା ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଶାନ୍ତନୁ କୁମାର ମହାପାତ୍ର, ଉପାଧ୍ୟକ୍ଷ ତଥା ଜନ ସମ୍ପର୍କ ଅଧିକାରୀ ଭାସ୍କର ଚନ୍ଦ୍ର ପ୍ରଧାନ, ପ୍ରିନ୍ସିପାଳ ଆଶିଷ କୁମାର ସାହୁ, ଧୃତି ସୁନ୍ଦର ଜେନା, ରଶ୍ମିରଞ୍ଜନ ବରାଳ, କଳାହାଣ୍ଡି ଜିଲ୍ଲା ଦାୟିତ୍ୱରେ ଥିବା ଜନ ସମ୍ପର୍କ ଅଧିକାରୀ ଅନିରୁଦ୍ଧ ବାଗ ପ୍ରମୁଖ ଯୋଗ ଦେଇ ଅଭିଭାବ ଅଭିଭାବିକାମାନେ ନିଜ ନିଜର ପୁଅ ଝିଅ ମାନଙ୍କୁ କିପରି ଗାଇଡ଼ କରିବେ ସେ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ସମ୍ମାନୀତ କରାଯାଇଥିଲା । ଅଭିଭାବକ ସୁଦାମ ବାରିକ, ଲମ୍ବୋଦର ସାହୁ, ପ୍ରଦୀପ କୁମାର ସାହୁ, ପ୍ରସନ୍ନ କୁମାର ସାହୁ, ଭୋଦେବ ସାହୁ, ପ୍ରେମ ଗୋପାଳ ସାହୁ, ଜୟରାମ ସାହୁ, ମିତ୍ରସେନ ସାହୁ, ଭୋଳାନାଥ ସାହୁ, ମାନସିଂହ ସାହୁ ଓ ଅନ୍ୟମାନେ ଉକ୍ତ ସମାବେଶରେ ଉପସ୍ଥିତ ରହିଥିଲେ ।