କେବେ ଖୋଲୁଛି, କେବେ ବନ୍ଦ ରହୁଛି ସେ ବିଷୟରେ ଅଜ୍ଞ ଅଞ୍ଚଳର ଜନସାଧାରଣ
ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ କାର୍ଯ୍ୟଳୟରେ ଥିବା ମୋ ସରକାର କକ୍ଷରେ ତାଲା ଝୁଲୁଛି। ଏହା କେବେ ଖୋଲୁଛି ଓ କେବେ ବନ୍ଦ ରହୁଛି ତାହା ଅଞ୍ଚଳର ଜନସାଧାରଣ ବି ଜାଣି ନାହାନ୍ତି। ସରକାର ଅନେକ ବିଭାଗ କୁ ୫ ଟି ରେ ସାମିଲ କରିଛନ୍ତି। ଏହି କକ୍ଷରେ ଅଞ୍ଚଳର ଜନସାଧାରଣ ଆପତ୍ତି ଅଭିଯୋଗ କରିବା ସହ ପ୍ରତ୍ୟେକ ଦିନ ଖୋଲା ରହିବାର ନିୟମ ରହିଛି। ଏଥି ପାଇଁ ଜଣେ ଅଧିକାରୀ ରହି ଏହାର ସମାଧାନ କରିବା ପାଇଁ ସହଯୋଗ କରିବା କଥା। ହେଲେ ଏଠାରେ ଏହାର ବ୍ୟତିକ୍ରମ ଦେଖାଦେଇଛି। ଏହି କକ୍ଷରେ ସବୁଦିନ ତାଲା ଝୁଲୁଛି। ତେବେ ବିଭିନ୍ନ ପଞ୍ଚାୟତରୁ ଆସୁଥିବା ଜନସାଧାରଣ କିଭଳି ସୁବିଧା ପାଉଥିବା ତାହା ଅନୁମାନ କଲେ ବେଶ୍ ବୁଝା ପଡୁଛି। ସିନାପାଲି ବ୍ଲକରେ ମୋଟ ୨୭ ଗୋଟି ଗ୍ରାମପଞ୍ଚାୟତ ରହିଛି। ଅଞ୍ଚଳର ଜନସାଧାରଣ ତଥା ଉପାନ୍ତ ଅଞ୍ଚଳ ର ଜନସାଧାରଣ ଅନେକ ସମସ୍ୟା ନେଇ ଅଭିଯୋଗ କରିବା ପାଇଁ ଆସିଥାନ୍ତି। ହେଲେ ଏହି କକ୍ଷ ବନ୍ଦ ରହୁଥିବାରୁ ଏହାର ସୁଫଳ ପାଇବାରୁ ଲୋକେ ବଞ୍ଚିତ ରହୁଛନ୍ତି। ଏଥିପ୍ରତି ଉଚ୍ଚ କର୍ତ୍ତୁପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

 
                                        
 
 
        
 
 
         
 
         
 
        

