ଶିକ୍ଷା ବିଭାଗର ବିଚିତ୍ର ନୀତି: ତିନିମାସ ନ ପୁରୁଣୁ ନୂଆ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ବଦଳି

ଶାନ୍ତପୁର ପିଏମ ଶ୍ରୀ ଆର.କେ ହାଇସ୍କୁଲରେ କମିଟି ସଦସ୍ୟ ଓ ଅଭିଭାବକଙ୍କ ଗଣଧାରଣା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ରାଧାକୃଷ୍ଣ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଆତ୍ମାରାମ ସାହୁଙ୍କ ନେତୃତ୍ୱରେ ମାତ୍ର ତିନିମାସ ତଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଭାବରେ ଯୋଗଦାନ କରିଥିବା ଜ୍ୟୋତିର୍ମୟୀ ପାତ୍ରଙ୍କ ଅନ୍ୟତ୍ର ବଦଳୀ ଓ ବିଦ୍ୟାଳୟର ଅର୍ଥ ଆତ୍ମସାତ କୁ ନେଇ ବିବାଦ ଘେରରେ ରହି ଆସିଥିବା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ପାଣିମୁଣ୍ଡା ଉନ୍ନୀତ ହାଇସ୍କୁଲର ଡେପ୍ଲଏଡ ପ୍ରଧାନ ଶିକ୍ଷକ ବିଶିକେସନ ସୁନାଙ୍କୁ ଉକ୍ତ ବିଦ୍ୟାଳରେ ପୁନଃ ନିଯୁକ୍ତିକୁ ଘୋର ବିରୋଧ କରି ପରିଚାଳନା ସମିତିର ଉପ ସଭାନେତ୍ରୀ ସଂଧ୍ୟା ମାଝୀ, ସରପଞ୍ଚ ଗିରିଧାରୀ ମାଝୀ, ସମିତି ସଦସ୍ୟ ଜୟ ମେହେର, ପୂର୍ବତନ ସରପଞ୍ଚ ତଥା ବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଲୋକନାଥ ସା, ବରିଷ୍ଠ ସଦସ୍ୟ ତଥା ୱାର୍ଡ ସଭ୍ୟ ଗୌର ବିଶ୍ୱାଳ, ବୈଜୟନ୍ତୀ ଦୁର୍ଗା, ରାଜୁ ଶାସ୍ତ୍ରୀ, ଧରିତ୍ରୀ ସାହୁ, ସୁଧାଂଶୁ ଶେଖର ପଧାନ, ଦିଲୀପ ସା, ପ୍ରମୁଖଙ୍କ ସମେତ ଅଭିଭାବକ, ଅଭିଭାବିକା ମାନେ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ ଦାବୀ ମାତ୍ର ତିନିମାସ ତଳେ ବିଦ୍ୟାଳୟରେ ନୂତନ ଭାବରେ ଜଏନ କରିଥିବା ସ୍ଥାୟୀ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପାତ୍ରଙ୍କୁ କାହିଁକି ବଦଳୀ କରାଗଲା? ଓ ଡେପ୍ଲଏଡ ରେ ଦୀର୍ଘ ଦେଢ ବର୍ଷ ଧରି ଶାନ୍ତପୁର ପିଏମଶ୍ରୀ ରାଧାକୃଷ୍ଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପାଣିମୁଣ୍ଡାର ପ୍ରଧାନ ଶିକ୍ଷକ ଙ୍କୁ ଏଇଠି କାହିଁକି ପୁନଃ ନିଯୁକ୍ତି ଦେଇଛି ଶିକ୍ଷା ବିଭାଗ। ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁନା ଏଯାଏଁ ଚାର୍ଜ ଦେଇ ନାହାନ୍ତି କାହିଁକି? ବିଦ୍ୟାଳୟରେ ଜଏନ କରି ମାତ୍ର ତିନି ମାସ ନ ପୁରୁଣୁ ବଦଳି କରା ଯାଇଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଳି ଆଦେଶ କୁ ବାତିଲ କରାଯାଉ ପ୍ରଭୃତି ଦାବୀ ନେଇ ଶନିବାର ସକାଳ ୭ ଘଣ୍ଟା ସମୟରୁ ବିଦ୍ୟାଳୟ ରେ ସକାଳ ପଢା ଚାଲୁଥିବା ବେଳେ ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ସମସ୍ତେ ଧାରଣାରେ ବସି ଶିକ୍ଷୟତ୍ରୀ ବଦଳୀ ଦାବୀକୁ ବିରୋଧ କରିଥିଲେ। ଏହି ସମୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁନା ପୁନଃ ଜଏକ କରିବା ପାଇଁ ଆସିବାରୁ ତାଙ୍କୁ ଧାରଣା କାରୀ ମାନେ ଘୋର ବିରୋଧ କରିଥିଲେ। ଏଥିରେ ବଚସା ହେବା ସହ ଉତ୍‌ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ୧୯୮୦ ରେ ପ୍ରତିଷ୍ଠା ହୋଇଥିବା ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲ ଜିଲ୍ଲା କାହିଁକି ସାରା ରାଜ୍ୟରେ ଉତ୍ତମ ପାଠପଢା ନେଇ ନିଜସ୍ୱ ପରିଚୟ ସୃଷ୍ଟି କରିଛି। ହେଲେ ପୂର୍ବତନ ଡେପ୍ଲଏଡ ପ୍ରଧାନ ଶିକ୍ଷକ ଶ୍ରୀ ସୁନା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଇତ୍ୱ ନେବା ପରଠୁଁ ଗତ ଦେଢବର୍ଷ ଧରି ବିଦ୍ୟାଳରେ ପାଠପଢା ଠପ ହେବା ସାଙ୍ଗକୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଅନେକ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ବିଶେଷ କରି ଫେବୃୟାରୀ ୧୪ କୁ ସାରା ଦେଶ ଦେଶର ଜବାନଙ୍କ ଉଦ୍ଦେଶ୍ୟରେ କଳା ଦିବସ ଭାବରେ ପାଳନ କରିଥିବା ବେଳେ ପୁର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁନାଙ୍କ ନେତୃତ୍ୱରେ ତାଙ୍କ ଗୋଷ୍ଠୀର କେଇଜଣ ଶିକ୍ଷୟତ୍ରୀଙ୍କୁ ନେଇ ବିଦ୍ୟାଳୟ ଅଫିସ ଭିତରେ କେକ କାଟି ଭେଲେଣ୍ଟାଇନ ଡେ ପାଳିଥିଲେ। ସେ ସମୟରେ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ସୁନାଙ୍କ ବିଦ୍ୟାଳୟ ଭିତରେ ଏତାଦୃଶା ରସିକିଆ କାର୍ଯ୍ୟକଳାପ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ସେ ବିଦ୍ୟାଳୟ ଲକ୍ଷାଧିକ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ଓ କମିଟି ସଦସ୍ୟ। ଦୁଇ ବ୍ଲକର ଦୁଇ ଗୋଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ୱରେ ରହିଥିବା ସତ୍ତ୍ୱେ ଶାନ୍ତପୁର ବିଦ୍ୟାଳୟ କୁ ସେ କେବେ କେମିତି ଆସୁଥିଲେ। ବିଦ୍ୟାଳୟରେ ପାଠପଢ଼ା ଶୂନ୍ୟ। ସେ କେବଳ ଖାଲି ଅଫିସ ରେ ବସି ଗୁଲି ଖଟି କରୁଥିଲେ ବୋଲି କମିଟି ସଦସ୍ୟଙ୍କ ସହ ଅଭିଭାବକ ମାନେ ଅଭିଯୋଗ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.