ଓଡ଼ିଆ ବାର୍ତ୍ତା/ କଲମପୁର: ମହାରାଣୀ କସ୍ତୁରିକା ମୋହିନୀ ଦେବୀ ଡିଗ୍ରୀ ମହାବିଦ୍ୟାଳୟ କଲମପୁରର ରାଜନିତୀ ବିଜ୍ଞାନ ଅଧାପକ ତଥା ଯୁବ ରେଡକ୍ରସ ପରମର୍ଶଦାତା ରାଜେନ୍ଦ୍ର କୁମାର ପ୍ରଧାନ ୧୯୯୯ ମସିହାରୁ ମହା ବିଦ୍ୟାଳୟରେ ନିରବଛିନ୍ନ ଭାବରେ ନିଜର ଗୁରୁ ଦାୟୀତ୍ବ ତୁଲାଇବା ସଙ୍ଗେ ସଙ୍ଗେ ୨୦୨୩ ମସିହାରୁ ଯୁବ ରେଡକ୍ରସ ପରମର୍ଶଦାତା ଭାବେ ଜିଲ୍ଲା ସଂଯୋଜକଙ୍କ ପରାମର୍ଶ କ୍ରମେ ରକ୍ତଦାନ ଶିବିର, ସାସ୍ଥ୍ୟ ପରୀକ୍ଷା ଶିବିର, ସଡକ ସୁରକ୍ଷା, ଅଗ୍ନି ନିରାପତ୍ତା , ଏଡ୍ସ ସଚେତନତା, ସାଇବର ସଚେତନତା, ଯୋଗ, ପ୍ରାଥମିକ ଚିକିତ୍ସା ଏବଂ ବିପର୍ଯ୍ୟୟ ପରିଚାଳନା ଆଦି ବିଭିନ୍ନ ପ୍ରକାର ଜନ ସଚେତନତା କାର୍ଯ୍ୟକ୍ରମ କରି ଆସୁଛନ୍ତି । ତାଙ୍କର ଏହି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଭାରତୀୟ ରେଡ୍କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ନୋଟିସ୍ ନଂ- ୨୩୩ ତା. ୨୧.୦୯.୨୦୨୬ ରିଖ ପ୍ରକାଶିତ ଚିଠିରେ ଯୁବ ରେଡ୍କ୍ରସ ରାଜ୍ୟ ପୁରସ୍କାର ୨୦୨୫-୨୬ ପାଇଁ ରାଜେନ୍ଦ୍ର କୁମାର ପ୍ରଧାନ ମନୋନୀତ ହୋଇଛନ୍ତି । ତାଙ୍କର ଏହି ସଫଳତାରେ ମହାବିଦ୍ୟାଳୟର ଅଧକ୍ଷ ହେମନ୍ତ କୁମାର ବାରିକ, ସମସ୍ତ ଅଧ୍ୟାପକ ଓ କର୍ମଚାରୀ, ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସମ୍ପାଦକ ସଂଜିବ କୁମାର ସାହୁ, ଜିଲ୍ଲା ସଂଯୋଜକ ଶାନ୍ତନୁ କୁମାର ପରିଡ଼ା ତଥା ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଯୁବ ରେଡକ୍ରସ ପରମର୍ଶଦାତାମାନେ ଶୁଭେଚ୍ଛା ଜଣାଇଛନ୍ତି।





