ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ସଂସ୍କୃତ ସପ୍ତାହ

ବକ୍ତୃତା, କବିତା, ବିତର୍କ ଓ ସଂସ୍କୃତ ଆବୃତ୍ତି ପ୍ରତିଯୋଗିତାରେ ମୁଖରିତ ହେଲା ପରିବେଶ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ପକ୍ଷରୁ ସେପ୍ଟେମ୍ବର ୫ରୁ ୧୧ ତାରିଖ ପର୍ଯ୍ୟନ୍ତ ସଂସ୍କୃତ ସପ୍ତାହ-୨୦୨୬ ପାଳିତ ହୋଇଯାଇଛି। ସପ୍ତାହବ୍ୟାପୀ ଏହି କାର୍ଯ୍ୟକ୍ରମରେ ବକ୍ତୃତା, କବିତା ପାଠ, ବିତର୍କ, ପ୍ରବନ୍ଧ ଲିଖନ, ସଂସ୍କୃତ ଗୀତ ଓ ଆବୃତ୍ତି ପ୍ରତିଯୋଗିତା ଆଦି ଆୟୋଜିତ ହୋଇଥିଲା। ଉଦ୍‌ଘାଟନୀ ଅଧିବେଶନରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ଯୋଗଦେଇଥିବା ବେଳେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ପ୍ରଫେସର ଗୋପାଳ ପ୍ରସାଦ ମହାପାତ୍ର, ପ୍ରଫେସର ବ୍ରଜକିଶୋର ସ୍ୱାଇଁ, ମାନ୍ୟବର ନୃସିଂହ ପଣ୍ଡା, ଡ. ବ୍ରଜସୁନ୍ଦର ମିଶ୍ର, ଡ. ନିରଞ୍ଜନ ସାବର, ଡ. ସୁଶାନ୍ତ ପ୍ରଧାନ ଓ ଡ. ମାନସ୍ୱିନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ବିଭିନ୍ନ ସ୍ୱତନ୍ତ୍ର ଅଧିବେଶନରେ ପ୍ରଫେସର ଅରୁଣ ରଞ୍ଜନ ମିଶ୍ର, ପ୍ରଫେସର ହରେକୃଷ୍ଣ ଶତପଥୀ, ଡ. ଭାରତଭୂଷଣ ରଥ ଓ ପ୍ରଫେସର ଗୋପାଳକୃଷ୍ଣ ଦାସ ଯୋଗଦେଇ ଆଲୋଚନା ଓ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ସଂସ୍କୃତ ଭାଷା ଓ ସାହିତ୍ୟର ବିଭିନ୍ନ ଦିଗ ନେଇ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହ ଆଲୋଚନା ହୋଇଥିଲା। ଉଦ୍‌ଯାପନୀ ଅଧିବେଶନରେ ପ୍ରଫେସର ବୁଦ୍ଧେଶ୍ୱର ସାରଙ୍ଗୀ ଯୋଗଦେଇଥିଲେ। ଏଥିରେ ପ୍ରଫେସର ମନୋରଞ୍ଜନ ସେନାପତି, ଡ. ନିରଞ୍ଜନ ସାବର, ଡ. ସୁଶାନ୍ତ ପ୍ରଧାନ, ପ୍ରଫେସର ପ୍ରତିଭା ମଞ୍ଜରୀ ରଥ, ଡ. ମାନସ୍ୱିନୀ ସାରଙ୍ଗୀ ଓ ଡ. ଧର୍ମେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ସପ୍ତାହବ୍ୟାପୀ ଏହି ଆୟୋଜନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କୃତ ଭାଷା, ସାହିତ୍ୟ ଓ ଭାରତୀୟ ଜ୍ଞାନ ପରମ୍ପରା ପ୍ରତି ଆଗ୍ରହ ବୃଦ୍ଧି ସହ ସୃଜନଶୀଳ ଓ ଏକାଡେମିକ୍ ପ୍ରତିଭା ପ୍ରଦର୍ଶନ ପାଇଁ ଏକ ସୁଯୋଗ ସୃଷ୍ଟି ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.