ନୂଆପଡ଼ା ମିନି ଷ୍ଟାଡ଼ିୟମରେ ସାହାଣୀ ଫୁଟବଲ୍ କପ୍ ଏକ ଜୋନ ଖେଳ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା /ନୂଆପଡ଼ା (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ମିନି ଷ୍ଟାଡ଼ିୟମ ଠାରେ ସାହାଣୀ ଫୁଟବଲ୍ କପ୍ ଏକ ଜୋନ ଖେଳ ଅନୁଷ୍ଠିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ୬୫ ବର୍ଷ ପରେ ୬୫ ତମ ସାହାଣୀ ଖେଳ ଆୟୋଜନ ପାଇଁ ନୂଆପଡ଼ା ଜିଲ୍ଲା ଫୁଟବଲ୍ ଏସୋସିଏସନ୍ କୁ ଆୟୋଜନ ପାଇଁ ଦାୟିତ୍ୱ ଦେଇଛନ୍ତି। ଏହି ଖେଳ ଆଜି ସମ୍ବଲପୁର ଓ ନବରଙ୍ଗପୁର ଏବଂ ରାୟଗଡ଼ା କଳାହାଣ୍ଡି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ ଯୋଗ ଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ ଯୋଗ ଦେଇଥିଲେ। ଦ୍ୱିତୀୟ ଖେଳ ନୂଆପଡ଼ା ନଗର ଅଧ୍ୟକ୍ଷ ଆଦମ ଖାନ୍ ନିର୍ବାହୀ ଅଧିକାରୀ ସନ୍ଧିପ ଚନ୍ଦ୍ରକାର ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ଆୟୋନରେ ଜିଲ୍ଲା ଫୁଟବଲ୍ ଏସୋସିଏସନ୍ ସଭାପତି ଭୈରବ ସାହୁ, ସମ୍ପାଦକ ପ୍ରକାଶ କୁମାର ସାହୁ, ଉପସଭାପତି ସୁଧୀର ମିଶ୍ର ପ୍ରମୁଖ ଯୋଗ ଦେଇ ସମସ୍ତ ବ୍ୟବସ୍ଥା ଉପରେ ତୀକ୍ଷଣ ନଜର ରଖିଥିଲେ। ପ୍ରଥମ ଖେଳ ସମ୍ବଲପୁର ଓ ନବରଙ୍ଗପୁର ଅନୁଷ୍ଠିତ ହୋଇ ଖେଳ ଅମିମାସିତ ହୋଇ ଡ୍ରର ହୋଇଥିଲା। ଦ୍ୱିତୀୟ ଖେଳ ରାୟଗଡ଼ା ଓ କଳାହାଣ୍ଡି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଆଧାର୍ଦ୍ଧ ରେ ୦୩ ଗୋଲରେ କଳାହାଣ୍ଡି ଆଗୁଆ। ପ୍ରବଳ ବର୍ଷା ଯୋଗୁଁ ଖେଳକୁ ସ୍ଥଗିତ ରଖିଛନ୍ତି। ଆସନ୍ତା କାଲି ପୁଣି ଅଧାରୁ ଖେଳ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.