ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବନ୍ଦେ ମାତରମ୍ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟା ଭାରତୀଙ୍କ ଆହ୍ବାନ କ୍ରମେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜବିହାର ପକ୍ଷରୁ ‘ନମାମୀ ଭାରତଂ’ କାର୍ଯ୍ୟକ୍ରମ ଶ୍ରଦ୍ଧା, ଉତ୍ସାହ ଓ ଦେଶଭକ୍ତିର ଭାବନା ସହ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବନ୍ଦେ ମାତରମ୍ର ଐତିହାସିକ ଓ ଜାତୀୟ ମହତ୍ତ୍ୱକୁ ସ୍ମରଣ କରିବା ସହିତ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ, ଜାତୀୟ ଚେତନା ଓ ମାତୃଭୂମି ପ୍ରତି ଶ୍ରଦ୍ଧାର ଭାବନାକୁ ଅଧିକ ସୁଦୃଢ଼ କରିବା। ପ୍ରଧାନ ଆଚାର୍ଯ୍ୟ ମନୋଜ ମୁଣ୍ଡଙ୍କ ତତ୍ୱାବଧାନରେ ମଂଚାସୀନ ଥିଲେ ମୁଖ୍ୟ ଅତିଥି ମା ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ର ସିଣ୍ଡିକେଟ ସଦସ୍ୟ ଶ୍ରୀ ଭବାନୀ ଶଙ୍କର ନେଗୀ, ସମ୍ମାନୀତ ଅତିଥି ଭବାନୀପାଟଣା ସଂକୁଳ ପ୍ରମୁଖ ରଘୁରାଜ ପଟ୍ଟନାୟକ, ଅନୁଷ୍ଠାନ ର ପରିଚାଳନା ସମିତି ସଭାପତି ମନୋଜ କୁମାର ମୁଣ୍ଡ, ସମ୍ପାଦକ ଅଶୋକ ସିଂ, କୋଷାଧ୍ୟକ୍ଷ ଦିଲ୍ଲୀପ ଚୌଧୁରୀ, ଶିକ୍ଷା ବିକାଶ ସମିତି ର ପୂର୍ଣକାଳୀନ କାର୍ଯ୍ୟକର୍ତା ପି. ମୋହନ ରାଓ ପାତ୍ର। ବନ୍ଦେ ମାତରମ ଗାନ ର ଉଦେଶ୍ୟ ଓ ଦେଶ ପ୍ରୀତି କିପରି ଜାଗ୍ରତ ହେବ ସେ ଉପରେ ମୁଖ୍ୟ ଅତିଥି ଭବାନୀ ଶଙ୍କର ନେଗୀ ବକ୍ତବ୍ୟ ରଖିଥିଲେ। ସଭାପତି ଏବଂ ପ୍ରଧାନଆଚାର୍ଯ୍ୟ ମଧ୍ୟ ଏହା ଉପରେ ସଂକ୍ଷିପ୍ତ ରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ମାତୃଭାରତୀ, ଅଭିଭାବକ, ଅଭିଵାବିକା, ରାଷ୍ଟୀୟ ସ୍ୱୟଂ ସେବକ ସଂଘ ଏବଂ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତା, ପୂର୍ବତନ ଛାତ୍ର ଛାତ୍ରୀ ଏହି ଭବ୍ୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଶିଶୁ ଭାଇଭଉଣୀ ରାଷ୍ଟ୍ରଗୀତ ଗାନ କରିଥିଲେ ଓ ସହଯୋଗ କରିଥିଲେ ଗୁରୁ ଜୟରାମ ସାହୁ ଓ ଶିବ ପ୍ରଧାନ। ବୌଦ୍ଧିକ ବ୍ୟବସ୍ଥା ସୁଚାରୁ ରୂପେ ତୁଲେଇ ଥିଲେ ପ୍ରମୁଖ ରଶ୍ମିତା ପଣ୍ଡା, ରଶ୍ମି ମିଶ୍ର, ସନ୍ତୋଷିନୀ ଆଚାରୀ, ରାଜେଶ୍ୱରୀ ରଥ ଜ୍ୟୋତି ମହାପାତ୍ର, ଲୀଳା ମୟ ଦାସ ଇତ୍ୟାଦି ଗୁରୁଜୀ ଗୁରୁମା। ମଞ୍ଚ ପରିଚାଳନା କରିଥିଲେ ସୁମତି ମୁଣ୍ଡ ଓ ଧନ୍ୟବାଦ ଦେଇଥିଲେ ବନଶ୍ରୀ ଦାଶ। ଏହି କାର୍ଯ୍ୟକ୍ରମ ରେ ବ୍ରଜ ବିହାର ଶିକ୍ଷା ଅନୁଷ୍ଠାନ ର ପ୍ରାୟ ୨୦୦ ଜଣ ବିଦ୍ୟାର୍ଥୀ ଯୋଗ ଦେଇଥିଲେ।





