ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରଦେଶୀପଡା ଯାଦବ ସମାଜ ଗ୍ରୁପ୍ ‘କ’ ପକ୍ଷରୁ ବୁଧବାର ସନ୍ଧ୍ୟାରେ ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ ଆନନ୍ଦ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଅନୁପ କୁମାର ବାଗଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପୀତବାସ ବେହେରା ପରିଚାଳନା କରିଥିଲେ। ଏହି ଅବସରରେ ପୂର୍ବତନ ସଭାପତି ତଥା ଉପଦେଷ୍ଟା ପିତାମ୍ବର ବେହେରା, ଉପସଭାପତି ଶିବରାମ ବାଗ, ସମାଜର ଧଙ୍ଗଡ଼ାମାଝୀ ପ୍ରଦୀପ ରାଉତ, ପୂର୍ବତନ ସଂପାଦକ କୁମୁଦ ବାଗ, ଚନ୍ଦ୍ରହାସ୍ୟ ହଂସ, ନୀଳାମ୍ବର ବେହେରା, ଅଶ୍ୱିନ ସେନାପତି, ମାନସ ବାଗ, ଇନ୍ଦ୍ରଜିତ ନାଏକ, ଯଶୋବନ୍ତ ବେହେରା, ରବି ସେନାପତି ଓ ହରିଶ ହଂସଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ପରସ୍ପରକୁ ନୂଆଁଖାଇ ଜୁହାର ଜଣାଇଥିଲେ। କାର୍ଯ୍ୟକ୍ରମରେ ସମାଜର ଏକତା, ଭାଇଚାରା, ପାରମ୍ପରିକ ମୂଲ୍ୟବୋଧ ଓ ଯୁବପିଢ଼ିଙ୍କ ସାମାଜିକ ଭୂମିକା ନେଇ ଆଲୋଚନା ହୋଇଥିଲା। ଶେଷରେ ଭୂତପୂର୍ବ ସଭାପତି ତଥା ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ରାଉତ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।





